
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଙ୍ଗିରର ଜଣାଶୁଣା ସାମାଜିକ ଅନୁଷ୍ଠାନ ଜେସିଆଇର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି ସୃଷ୍ଟି ଅଗ୍ରୱାଲ । ଜେସିଆଇ ବଲାଙ୍ଗିରର ଅଧ୍ୟକ୍ଷ ଜେସି ପରେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ଅଧ୍ୟକ୍ଷଙ୍କ ନାମ ସର୍ବସମ୍ମତି କ୍ରମେ ଘୋଷଣା କରାଯାଇଥିଲା । ନିର୍ବାଚନ ଆଧିକାରୀ ରାମ ଅଗ୍ରୱାଲ୍ ନିର୍ବାଚନ ପ୍ରକ୍ରିୟାକୁ ଉଚିତ୍ ପ୍ରକାରେ ତୁଳାଇଥିବା ବେଳେ ୨୦୨୩ ବର୍ଷ ପାଇଁ ସୃଷ୍ଟି ଅଗ୍ରୱାଲଙ୍କୁ ମନୋନୀତ କରାଗଲା । ଏହି ଅବସରରେ ଅଧ୍ୟକ୍ଷ ଅଭିଲାଶ ଅଗ୍ରୱାଲ ସଚିବ ଭାବେ, ଉଜ୍ୱଲ ସିଂଘଲ କୋଷାଧ୍ୟକ୍ଷ ଭାବେ ଏବଂ ନୀଲମ ଅଗ୍ରୱାଲ ମହିଳା ଜେସି ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହିତ ୧୫ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ନିକଟରେ ନାଗପୁରରେ ଅନୁଷ୍ଠିତ ଫିଲ୍ଡ କନ୍ଫରେନ୍ସରେ ବଲାଙ୍ଗିରଙ୍କୁ ୨୫ରୁ ଅଧିକ ପୁରସ୍କାର ସହିତ ପୁରସ୍କୃତ କରାଯାଇଥିଲା । ୨୦୨୩ର ଅଧ୍ୟକ୍ଷ ସୃଷ୍ଟି ଅଗ୍ରୱାଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ସେ ବର୍ଷସାରା ତାଙ୍କ କ୍ଷମତାଠାରୁ ଅଧିକ କାର୍ଯ୍ୟ କରିବେ ଏବଂ ଜେସିଆଇ ବଲାଙ୍ଗିର ସହରକୁ ଏକ ନୂତନ ପରିଚୟ ଦେବେ । ଆସନ୍ତା ଡିସେମ୍ବର ୩ ତାରିଖ ସରୋଜିନି ରେସିଡେନ୍ନ୍ସି ଠାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଧୁମ୍ଧାମ୍ରେ ପାଳନ କରାଯିବା ନେଇ ପରେଶ ଅଗ୍ରୱାଲ ସୂଚନା ଦେଇଛନ୍ତି ।