
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ନିବାସୀ ଅବସରପ୍ରାପ୍ତ ଡାକ କର୍ମଚାରୀ ନାରାୟଣ ସାହୁଙ୍କ ମାତା ବେଦମତୀ ସାହୁଙ୍କ ଗତକାଲି ଅପରାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଉଥିଲା । ସେ ଜଣେ ମେଳାପି ଓ ଧର୍ମ ପରାୟଣା ମହିଳା ଥିଲେ । ମୃତ୍ୟୁ ପଛରେ ସେ ତାଙ୍କ ପୁଅ ନାରାୟଣ ଓ ଲଲିତ, ଝିଅ କନକଲତା, ପ୍ରେମଲତା, ଜ୍ୱାଇଁ ପରମେଶ୍ଵର ଓ ପ୍ରଦୀପ ଏବଂ ନାତି ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ଜ୍ୟେଷ୍ଠ ପୁତ୍ର ନାରାୟଣ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ବରିକେଲ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।