jsm

ଦକ୍ଷିଣ କାଳୀ ମନ୍ଦିରରେ କାଳୀପୂଜା ଓ ଜୁଗାର ଯାତ୍ରା ଅନୁଷ୍ଠିତ

csstore

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ନିକଟସ୍ଥ ଉତାଲି ନଦୀ ପାର୍ଶ୍ବରେ ଅବସ୍ଥିତ ଦକ୍ଷିଣ କାଳୀ ମନ୍ଦିରରେ କାଳୀପୂଜା ଓ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୋମବାର ସକାଳେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା । ଏହାପରେ ପାର୍ଶ୍ବଦେବତା ପୂଜା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ପରେ କାଳୀଦେବୀଙ୍କ ଷୋଢଶ ଉପଚାର ପୂଜା, ଚଣ୍ଡିହୋମ, ଆରତୀ, ପୁଷ୍ପାଞ୍ଜଳି ଆଦି ପୂଜନୋତ୍ସବ ନୀତି ନିଷ୍ଠାର ସହିତ ସମ୍ପନ୍ନ ହୋଇଯାଇଛି । ଭକ୍ତମାନଙ୍କ ହରିବୋଲ ହୁଳହୁଳିରେ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ସୁବ୍ରତ ମିଶ୍ର ଓ ବବଲି ମିଶ୍ର ସପତ୍ନୀକ ପୂଜା କାର୍ଯ୍ୟର କର୍ତ୍ତା ଦାୟିତ୍ୱ ବହନ କରିଥିବା ବେଳେ ପଣ୍ଡିତ ସିଦ୍‌ଧେଶ୍ୱର ସାବତ, ଟଙ୍କଧର ସାବତ, ସୁମନ୍ତ ପଣ୍ଡା, ରଂଜନ ମହାପାତ୍ର, ଫକିର ମହାପାତ୍ର ପ୍ରମୁଖ ପୂଜା କାର୍ଯ୍ୟକୁ ସଂପାଦନ କରିଥିଲେ । ପ୍ରକାଶ ଦାଶ, ପଦ୍ମଲୋଚନ ସାହୁ, ଦୀନବନ୍ଧୁ ସାହୁ, ବିକି ସାହୁ, ପ୍ରତ୍ୟୁସ କୁମାର ସାହୁ, ଅନିରୁଦ୍ଧ ସାହୁଙ୍କ ସମେତ ବିଭିନ୍ନ ଭକ୍ତବୃନ୍ଦ ମାନସିକ କରି ମା’ଙ୍କୁ ଜୁଗାର ଅର୍ପଣ କରିଥିଲେ । ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ, ବିଜେପୁର ପଂଚାୟତ ସମିତି ଅଧ୍ୟକ୍ଷ ମୋତୀରାମ ସାହୁ, ତହସିଲଦାର ଆର୍ତ୍ତତ୍ରାଣ ଥାଟୀ, ଜମିଦାର ସନତ ଗଡତିଆ, ଦେବାନନ୍ଦ ଗଡତିଆ, ଜନାର୍ଦ୍ଦନ ପାଣିଗ୍ରାହୀଙ୍କ ସମେତ ଅତିଥିବୃନ୍ଦ ସାମିଲ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ସାମାଜସେବୀ ଭରତ କୁମାର ଭଂଜଙ୍କ ସମେତ ଭକ୍ତବୃନ୍ଦ ପ୍ରସାଦ ବିତରଣରେ ସହଯୋଗ କରିଥିଲେ । ପ୍ରଶାନ୍ତ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ପୂଜା ମହୋତ୍ସବରେ ତାଳପଦର ଗ୍ରାମବାସୀ ତଥା ଅଞ୍ଚଳବାସୀ ସହଯୋଗ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

yuvodaya
Leave A Reply

Your email address will not be published.