ରାଜୀବନଗରରୁ ଲୁଟ୍ ଘଟଣା : ଥାନାର ଦ୍ୱାରସ୍ଥ ହେଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରାଜୀବନଗରରେ କିଛି ଦୁର୍ବୃତ୍ତଙ୍କ ଲୁଟ୍‌ର ଶିକାର ହୋଇଛନ୍ତି ସିନ୍ଦୂରବହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ, ତାଙ୍କ ସ୍ତ୍ରୀ ପିଙ୍କି ପାଣିଗ୍ରାହୀ ଓ ରାଜୀବନଗରବାସୀ ତାଙ୍କ ଶ୍ୱଶୁର ସର୍ବେଶ୍ଵର ସାହୁ । ତେବେ ଏହି ଲୁଟେରାମାନେ ଖାଲି ଲୁଟ୍ କରିନଥିଲେ, ଆକ୍ରମଣ ମଧ୍ୟ କରିଥିବା ବେଳେ ଆକ୍ରମଣରେ ସୁମନ ଶେଖର ଓ ତାଙ୍କ ଶ୍ୱଶୁର ସର୍ବେଶ୍ଵର ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ନେଇ ସ୍ତ୍ରୀ ପିଙ୍କି ଟାଉନ ଥାନାର ଦ୍ୱାରସ୍ଥ ହୋଇ ଘଟଣାର ଉଚିତ୍ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

three × 2 =