jsm

ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟରେ ‘ଛାତ୍ର ଯୋଡୋ-ଭାରତ୍ ଯୋଡୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟାସିର୍ ନୱାଜଙ୍କ ଆହ୍ୱାନ କ୍ରମେ ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ଉପସଭାପତି ନିକୁ ପ୍ରାଧାନ ଏବଂ ରୋହିତ୍ ମେହେରଙ୍କ ନେତୃତ୍ୱରେ ଅତାବିରାର ଦୁଇଟି ମହାବିଦ୍ୟାଳୟ ଯଥା ଅତାବିରା ମହାବିଦ୍ୟାଳୟ ଏବଂ ଲରମ୍ଭା ମହାବିଦ୍ୟାଳୟରେ ଛାତ୍ର ଯୋଡୋ-ଭାରତ୍ ଯୋଡୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ସମ୍ବାଦ ସ୍ଥାପନ କରି କିପରି ଛାତ୍ର କଂଗ୍ରେସକୁ ମହାବିଦ୍ୟାଳୟ ସ୍ଥରରେ ଆହୁରି ମଜବୁତ୍ କରାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ଆଜାଦ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉତ୍ସାହ ବର୍ଦ୍ଧନ କରିବା ସହ ଛାତ୍ର କଂଗ୍ରେସ ସଦା ସର୍ବଦା ଛାତ୍ରଙ୍କ ହିତ ଉଦ୍ଦେଶ୍ୟରେ ଲଢେଇ ଜାରି ରଖିବ ବୋଲି ମତବ୍ୟକ୍ତ କରିଥିଲେ ।

yuvodaya
Leave A Reply

Your email address will not be published.