ହଳଦୀ ଛକରେ ଯାନବାହାନ ଯାଞ୍ଚ : ୯୦ ମାମଲାରୁ ୭୩ ହଜାର ଜୋରିମାନା ଆଦାୟ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥ ହଳଦୀ ବଜାର ଛକରେ ଗତକାଲି ମୁରିବାହାଲ ଜେଏମ୍‌ଏଫ୍‌ସି କିଶୋର କୁମାର ନାଥଙ୍କ ଉପସ୍ଥିତିରେ ମୋବାଇଲ କୋର୍ଟ ଅନୁଷ୍ଠିତ ହୋଇ ଯାନବାହାନ ଯାଞ୍ଚ କରାଯାଇଥିଲା । ଏଥିରେ ମୋଟ ୯୦ଟି ମାମଲା ରୁଜୁ କରାଯାଇ ୭୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମୁରିବାହାଲ ଥାନା ଭାରପ୍ରାପ୍ତ ଓଆଇସି ଜନାର୍ଦନ ଓରାମ, ଏସ୍‌ଆଇ ପ୍ରମୋଦ ପ୍ରଧାନ, ଏଏସ୍‌ଆଇ ପଦ୍ମନାଭ ରାଉତ, ସୁଶୀଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.