pr

ପାର୍ବତୀ ଗିରି ସେବା ସମ୍ମାନ ପାଇବେ ଡାକ୍ତର କୃଷ୍ଣ ପ୍ରସାଦ ବହିଦାର

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ମାଆ ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ସମାରୋହ ପାଳନ କରାଯିବ । ଏହି ପାର୍ବଣରେ ବିଶିଷ୍ଟ ସେବକ ଡା. କୃଷ୍ଣ ପ୍ରସାଦ ବହିଦାରଙ୍କୁ ମର୍ଯ୍ୟାଦାଜନକ “ପାର୍ବତୀ ଗିରି ସେବା ସମ୍ମାନ” ପ୍ରଦାନ କରିବାକୁ ସ୍ଥିର କରାଯାଇଛି । ଏହି ସମାରୋହରେ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଅନ୍ୟ ଦଶ ଜଣ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଏଥିପାଇଁ ଟିକ୍ରାପଡା ଦଧିବାମନ ମନ୍ଦିରରେ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କପିଳ ପତି, ଜୟରାମ ମିଶ୍ର, ବଳିଷ୍ଠ ପ୍ରଧାନ, ମଧୁ ସାହୁ, ରତ୍ନମୟ ତ୍ରିପାଠୀ, ଚୁଡେନ୍ଦ୍ର କୁମାର ବେହେରା, ହୃଷିକେଶ ପୁରୋହିତ, କସ୍ତୁରୀ ରଥ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ଅରୁଣ କୁମାର ଖୁଆସ, ଡା. ଅଶୋକ କୁମାର ସେଠୀ, ନିହାରିକା ମିଶ୍ର ଓ ମଦନ ମୋହନ ରଥ ଉପସ୍ଥିତ ଥିଲେ । ଶେଷରେ ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.