
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାର ପଂଚାୟତ ସମିତି ସଭା ଗୃହରେ ସୋମବାର ଦିନ ଜିଲ୍ଲାପାଳ ଓ ପୋଲିସ ଏସ୍ପିଙ୍କ ଯୁଗ୍ମ ଶୁଣାଣି ହୋଇଯାଇଛି । ଏହି ଯୁଗ୍ମ ଶୁଣାଣିରେ ବିଭିନ୍ନ ବିଭାଗ ସହିତ ବ୍ୟକ୍ତିଗତ ଭାବେ ମୋଟ ୧୪୧ଟି ଅଭିଯୋଗକାରୀ ନିଜ ନିଜର ଅଭିଯୋଗ ଜିଲ୍ଲାପାଳ ଏବଂ ଏସପିଙ୍କଠାରେ ଦାଖଲ କରିଛନ୍ତି । ମୋଟ ୧୪୧ଟି ଅଭିଯୋଗରୁ ୧୨୬ଟି ବ୍ୟକ୍ତିଗତ, ୧୫ଟି ଗ୍ରାମ୍ୟ ସମସ୍ୟା ଏବଂ ଗୋଟିଏ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡର ଅଭିଯୋଗ ଶୁଣାଣି ମଧ୍ୟରେ ୧୬ଗୋଟି ଅଭିଯୋଗର ସମାଧାନ ହୋଇଛି । ଏପରିକି ଧୁମଶୁର ତୁଲେଶ୍ୱର ବାଗ, ଖରଲି ଗ୍ରାମର ମନୋଜ ମହାନାନ୍ଦ, ପିୟୁଶ ମଲ୍ଲିକ, ସେମଲାର ବିଭିଷଣ ଖୁରାକୁ ହ୍ୱିଲ ଚେୟାର, ଚାରପାଣିର ଛୋଟେଲାଲ ନିଆଲ, ଶରଗୁଲର ମୁରଲି ରାଣା, ଟିକ୍ରାପଡାର ଧଶମୁ ପୁଟେଲ, ଖର୍ଲିର ସୁରେନ୍ଦ୍ର ନାଗ, ମୁରିବାହାଲର ବୈଶାଖୁ ହଂସଙ୍କୁ ଟ୍ରାଏ ସାଇକଲ ଦିଆଯାଇଥିବା ବେଳେ ଟିକ୍ରାପଡାର ହରିଶଂକର ପୁଟେଲକୁ ଆଶାବାଡି ଦିଆଯାଇଛି । ସେହିପରି ଗୁଦ୍ରାମୁଣ୍ଡାର ଅନିରୁଦ୍ଧ ଭୋଇ, ସେମଲାର ଉମାକାନ୍ତ ରଣା, କନ୍ଦେଇର ସନ୍ତୋଷ ପୁଟେଲ ଓ କୁକୁଡାହାଡର ଡଲି ବାଗକୁ ୟୁଡିଆଇଡି କାର୍ଡ ବଂଟନ କରାଯାଇଛି । ପୁଣି ତୁରେକେଲାର ପିୟୁଷ ମଲ୍ଲିକ, ସତ୍ୟଭାମା ବାଗ ଓ ନକ୍ଟାବାହାଲର ଗୋମତି ମାଝିଙ୍କୁ ବାର୍ଦ୍ଧକ୍ୟ ଭତା ପ୍ରଦାନ କରାଯାଇଛି ଏବଂ ଚଟୁଅନକା ପଂଚାୟତର ଚିନ୍ତାମଣି ପନିକା ଓ ଦେବକି ସୁନାକୁ ଇଂଟରକାଷ୍ଟ ମ୍ୟାରେଜର ୨ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ସହୟତା ରାଶି ପ୍ରଦାନ କରାଯାଇଛି । ଏହି ଯୁଗ୍ମ ଶୁଣାଣିରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା, ଏସ୍ପି ନିତିନ କୁଶଲକରଙ୍କ ମିଳିତ ଉଦ୍ୟମରେ ସମସ୍ତ କେସର ବିଚାର ହୋଇଥିବା ବେଳେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ବିଡିଓ ଦେବାଶିଷ ସାମଲ, କଂଟାବାଂଜି ତହସିଲଦାର ନିରଂଜନ ବେହେରା, ବ୍ଲକ ପଂଚାୟତ ସଂପ୍ରସାରଣ ଅଧିକାରୀ ଗୋବିନ୍ଦ ଭୋଇ, ଏଏଫ୍ଓ ସୁବିତ କୁମାର ପୁଟେଲ, ସହକାରୀ ଇଂଜିନିୟର ନବ ମଲ୍ଲିକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱଲ, ଏସଆରଏ ରବି ଚନ୍ଦ୍ର ଭହାରତି, ଏକାଉଂଟ୍ସ ଅଫିସର ଅନୁଶାୟା ମେହେର ସହ ତୁରେକେଲା ଥାନାର ସମସ୍ତ ପୋଲିସ କର୍ମଚାରୀ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସଂପୂର୍ଣ୍ଣ ସହଯୋଗ କରିଥିଲେ ।
