ବୁଲା ଗାଈଗୋରୁଙ୍କ ପାଇଁ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ହୋଇଥିବା ଯୋଜନା ବାଟବଣା : ମୁଖ୍ୟ ରାସ୍ତା ଉପରେ ଦଳ ଦଳ ଗାଈଗୋରୁ, ଅଯଥାରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଲା ଗାଈଗୋରୁଙ୍କ ପାଇଁ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ହୋଇଥିବା ଯୋଜନା ଏବେ ବାଟବଣା । ମୁଖ୍ୟ ରାସ୍ତା ଉପରେ ଦଳ ଦଳ ବୁଲା ଗାଈଗୋରୁ ରହୁଥିବା ବେଳେ ଅଯଥାରେ ଲୋକେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ପ୍ରତ୍ୟହ ସହର ମଧ୍ୟରେ କେହି ନା କେହି ମୁଖ୍ୟ ରାସ୍ତାରେ ଦଳ ଦଳ ଗାଈଗୋରୁଙ୍କ ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି । କାହାର ମୁଣ୍ଡ ଫାଟି ଯାଉଛି ତ’ କାହାର ହାତ ଗୋଡ଼ ଭାଂଗୁଛି । ପୁଣି କିଏ ଅସମ୍ଭାଳ ଖଣ୍ଡିଆ ଖାବରା ହୋଇ ଯାତନା ଭୋଗୁଛନ୍ତି । ମୁଖ୍ୟ ରାସ୍ତା ଉପରେ ବୁଲା ଗାଈଗୋରୁଙ୍କୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.