oom

ଜିଲ୍ଲା ଆଦିବାସୀ ବରିଷ୍ଠ ସଚେତନ ନାଗରିକ ମଂଚର ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆବାହକ ଦ୍ୱିଜ ଦଳପତି, ଯଥା ବିଶ୍ୱାଲ ଓ ରାହସ ବିହାରୀ ଭୋଇଙ୍କ ଆବାହକତ୍ୱରେ ଜିଲ୍ଲା ଆଦିବାସୀ ବରିଷ୍ଠ ସଚେତନ ନାଗରିକ ମଂଚ ବଲାଙ୍ଗିରର ଏକ ଜରୁରୀ ବୈଠକ କେନ୍ଦ୍ରୀୟ କନ୍ଧ ସମାଜର ସଭାପତି ଚିନ୍ତାମଣି ଭୋଇଙ୍କ ଅଧ୍ୟକ୍ଷତାରେ ଇଚ୍ଛାପଡା ସ୍ଥିତ ଶବରୀ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଆଦିବାସୀମାନଙ୍କ ସଂସ୍କୃତି, ପରମ୍ପରା କିପରି ଏକତା ରକ୍ଷା କରା ଯାଇପାରିବ ତାହା ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଆଦିବାସୀମାନଙ୍କର ସଂସ୍କୃତି, ପରମ୍ପରାର ସୁରକ୍ଷା ସହିତ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ହାସଲ ଏକ ଜୁଟ ହୋଇ ସଂଘର୍ଷ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବ୍ଲକସ୍ତରୀୟ, ପଂଚାୟତସ୍ତରୀୟ ଓ ଗ୍ରାମସ୍ତରୀୟ କମିଟିମାନ ଗଠନ କରି ଆସନ୍ତା ୩୧.୦୭.୨୨ ଦିନ ବଲାଙ୍ଗିରଠାରେ ପରବର୍ତ୍ତି ବୈଠକ ବସିବାକୁ ସ୍ଥିର କରାଯାଇଛି । ସମ୍ମାନିତ ଅତିଥି ରୂପେ ପ୍ରେମାନନ୍ଦ ଭୋଇ, ଆଦିବାସୀ ବିକାଶ ସମନ୍ୱୟ ସମିତିର ସଂପାଦକ ଦମୟନ୍ତି କୁମୁରା, ଆଦିବାସୀ ଅଧିକାର ମଂଚ ସଭାପତି ଦ୍ୱିଜ ଦଳପତି, ସୁଲିଆ ମଂଚ ଆବାହକ ମୟ ପ୍ରଧାନୀ, ବିଶ୍ୱାବସୁ ଶବର ସଂଘ ସଂପାଦକ ଯଥା ବିଶ୍ୱାଲ, ରାହାସ ବିହାରୀ ଭୋଇ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଘ୍ନରାଜ ଧରୁଆ, ମକରଧ୍ୱଜ ଧରୁଆ, ଶିବ ଜାନି, ଧନେଶ୍ୱର ମାଝି, ଖୁସିରାମ ଜାନି, ହରିଶ୍ଚନ୍ଦ୍ର ଭୋଇ, ପ୍ରହଲ୍ଲାଦ ମାଝି, ଦୁର୍ଯ୍ୟନ ମାଝି, ଦଳ ମାଝି, ସେବକ ମଲ୍ଲିକ, ବାହନ କୁଅଁର, ଅରୁଣ କୁମାର ସିଂହଙ୍କ ସହିତ ଅନ୍ୟାନ୍ୟ ବ୍ଲକରୁ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.