oom

ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ : ବଲାଙ୍ଗିର ଡିଭିଜନ ଶାଖାର ନୂତନ କର୍ମକର୍ତ୍ତା ମନୋନୀତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନରେ ବଲାଙ୍ଗିର ଡିଭିଜନର ଡିଭିଜନାଲ ସେକ୍ରେଟେରୀ ନିର୍ବାଚନ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚନ ସଂଘର ନିର୍ବାଚନ ଅଧିକାରୀ ପବିତ୍ର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇ ଡିଭିଜିନାଲ ସେକ୍ରେଟେରୀ ଭାବେ ଉଦ୍ଦବ କରନ, ସବ୍‌ଡିଭିଜନାଲ ସମ୍ପାଦକ ଭାବେ ରମେଶ ସାହୁ, ଗଣେଷ ଶର୍ମା, ସୁଶାନ୍ତ ବିଶ୍ୱାଲ, ରାହୁଲ ନାୟକ ଏବଂ ଶାଖା ସମ୍ପାଦକ ହିସାବରେ ଚିତ୍ତ ରଂଜନ ଥନାପତି, କିଶୋର ଚନ୍ଦ୍ର ବେହେରା, ପ୍ରଶାନ୍ତ ଖଟୁଆ, ମନୋରଞ୍ଜନ ପାଢୀ, ବବଲୁ ପଟେଲ, ବୃନ୍ଦାବନ ପାଣ୍ଡେ, ହରିହର ପଧାନ, ସଞ୍ଜିବ କୁମାର ଭୋଇ, ଶ୍ରୀନିବାସ ପଧାନ, ରମାକାନ୍ତ ନାୟକ, ତପନ କୁମାର ମଙ୍ଗଲ, ବେଣୁଧର ସାହୁ, ଗୋକୁଲ ହାତୀ ନିର୍ବାଚିତ ହୋଇଛନ୍ତି । ନିର୍ବାଚନୀ ସଭା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଆଉଟ ସୋର୍ସ କର୍ମଚାରୀ, ଠିକା କର୍ମଚାରୀ, ରେଗୁଲାର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ଯଥା ସମସ୍ତଙ୍କୁ ଇ.ଏସ୍‌.ଆଇ, ଇ.ପି.ଏଫ୍‌, ଛୁଟି, ଆଠ ଘଣ୍ଟା ଡ୍ୟୁଟି, କମ୍ପାନିରେ ମିଳୁଥିବା ବିଭିନ୍ନ ପ୍ରକାର ସୁବିଧା ଗୁଡିକୁ ଠିକ୍‌ ଭାବରେ ପ୍ରଦାନ କରାଯିବା ପାଇଁ ଓ ସ୍ଥାୟୀ କରିବା ପାଇଁ ତୁରନ୍ତ ପଦକ୍ଷେପ ବାବଦରେ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ନିୟମାବଳୀ ହିସାବରେ କାର୍ଯ୍ୟ କରିବାର ବିଷୟରେ ଆଲୋଚନା କରାଯାଇଥିଲା । ଏହି ସଭାରେ ସଂଘର ସଭାପତି ଲଳିତ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସଂଘର ସାଧାରଣ ସମ୍ପାଦକ ପ୍ରଣୟ କୁମାର ନାୟକ କମ୍ପାନିର ଆଭିମୁଖ୍ୟ କର୍ମଚାରୀମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲେକପାତ କରି ସଂଘ ତରଫରୁ ତୁରନ୍ତ ପଦକ୍ଷେପ ଏବଂ ସମାଧାନ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ ଏବଂ କର୍ମଚାରୀମାନେ ତଥା ସଭ୍ୟମାନେ କିପରି ଶତ ପ୍ରତିଶତ ସୁରକ୍ଷା ନିୟମକୁ ମାନି ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ ସେ ବିଷୟରେ କହିଥିଲେ । ଯଥାଶୀଘ୍ର ଟେକ୍‌ନିକାଲ୍‌ କର୍ମଚାରୀମାନଙ୍କ ଦୀର୍ଘ ଦିନରୁ ଚାଲି ଆସିଥିବା ଦରମାଗତ ତାରତମ୍ୟ ଦୂର ହେବା ସହିତ ୧୧ତମ ମଜୁରୀ ନିର୍ଦ୍ଧାରଣର ତୁରନ୍ତ ସମାଧାନ ହେବ ବୋଲି କହିଥିଲେ । ଆଉଟସୋର୍ସ କର୍ମଚାରୀମାନଙ୍କ ଏବଂ ଠିକା କର୍ମଚାରୀମାନଙ୍କର ସମସ୍ତ ସମସ୍ୟାର ସମାଧାନ ପାଇଁ ୧୫ ଦିନ ମଧ୍ୟରେ ଦାବୀପତ୍ର ପ୍ରଦାନ କରିବ ବୋଲି ସଂଘ ନିଷ୍ପତ୍ତି ଗ୍ରହଣ କରିଛି ଏବଂ ଆସନ୍ତା ତା.୨୪/୦୭/୨୦୨୨ରେ ସମ୍ବଲପୁରଠାରେ ସଂଘର ସାଧାରଣ ନିର୍ବାଚନରେ ଭାଗ ନେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏହି ସଭାରେ ସଂଘର ଉପସଭାପତି ପବିତ୍ର ଖୁଣ୍ଟିଆ ଆଞ୍ଚଳିକ ସମ୍ପାଦକ ଅମୀୟ ପାଟଯୋଷୀ, ରଞ୍ଜନ ଲେଙ୍କା, ଯୁଗ୍ମ ସଂପାଦକ ସମ୍ବିତ କୁମାର ପଣ୍ଡା, ଇବି ମେମ୍ବର ସୁନିଲ ବାରିକ, ରାମ କୁମାର ଦାସ ଏବଂ ଯୁବ ନେତୃତ୍ୱମାନଙ୍କ ମଧ୍ୟରେ ସୁରେନ୍ଦ୍ର ସେଠ, ଅମିତାଭ ଦାସ, ସସବିନ୍ଦୁ ପ୍ରଧାନ, ଅମିୟ ପସାୟତ, ବିଜୟ ମହାପାତ୍ର ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଭାପତି ତାଙ୍କ ବକ୍ତବ୍ୟ ରଖି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.