ମାନବବାଦୀ ସନାତନ ଧର୍ମୀ ସୟଦ ଅସଫାକ ଅଲ୍ଲୀଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ହିଲପାଟଣା ସ୍ଥିତ ଶ୍ରୀକ୍ଷେତ୍ର ଭବନ ଠାରେ ସ୍ବେଛାସେବୀ ଅନୁଷ୍ଠାନ ସଂସ୍କାର ତରଫରୁ ବରିଷ୍ଠ ମାନବବାଦୀ ସନାତନ ଧର୍ମୀ ସୟଦ ଅସଫାକ ଅଲ୍ଲୀଙ୍କ ବିୟୋଗ ଘଟିଛ । ଏହି ଅବସରରେ ଗତ ସୋମବାର ସନ୍ଧ୍ୟାରେ ଏକ ଶୋକସଭାର ଅନୁଷ୍ଠିତ ହୋଇଯାଇଛି । ସାଇ ସେବାଶ୍ରମ ଅଧ୍ୟକ୍ଷ ଲଳିତ ମୋହନ ପାଢ଼ୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଶୋକସଭାରେ ସଂସାରର ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଅମୃତ ଦୁନିଆର ଗଞ୍ଜାମ ଜିଲ୍ଲା ପ୍ରତିନିଧି ସୂର୍ୟ୍ୟନାରାୟଣ ବେହେରା, ଏନ.ଆର.ଡି.ଓ. ସମ୍ପାଦକ ଭିକାରୀ ନାୟକ, ଋଷିକୂଲ୍ୟା ସଂସ୍କୃତି ଗବେଷକ ଭେଙ୍କଟ ବିହାରୀ ପ୍ରହରାଜ, ଆନନ୍ଦମାର୍ଗୀ ସରୋଜ କୁମାର ପଟ୍ଟନାୟକ, ‘ବିକାଶ’ ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ, ଓଡିଶା ଡେଭଲପମେଣ୍ଟର ସଭାପତି ରାମ ପ୍ରସାଦ ତ୍ରିପାଠୀ, କୀରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ,ଗୌରୀ ଶଙ୍କର ମହାନ୍ତି, ସନ୍ତୋଷ କୁମାର ସ୍ୱାଇଁ, କବି କୁମାର ମନୋଜ, ସୂଚନା କର୍ମୀ ହୃଷିକେଶ ପାତ୍ର, ସଂସ୍କୃତି ପ୍ରେମୀ ସୁବ୍ରତ କୁମାର ରଥ, ବରିଷ୍ଠ ଭଜନ ଗାୟକ ଭଗବାନ ଜେନା, ଯୁବ ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ଯୋଗେନ୍ଦ୍ର କୁମାର ସାହୁଙ୍କ ସହ ବହୁ ସମାଜସେବୀ ଭରଚୁଆଲ ମାଧ୍ୟମରେ ଯୋଗଦେଇ ଦିବଂଗତ ଆତ୍ମର ସଦଗତି କାମନା କରିଥିଲେ । ଏହି ଅବସର ଉପସ୍ଥିତ ସମାଜସେବୀ ମାନେ ସ୍ୱର୍ଗତ ସୟଦ ଅସଫାକ ଅଲ୍ଲୀଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ସ୍ବର୍ଗତ ଅଫସକ ଅଲ୍ଲୀ ସଂସାର, ଆନନ୍ଦ ମାର୍ଗ, ଓଡିଏଫ ସମତେ ବହୁ ସଂସ୍ଥା ସହ ଜଡିତ ରହି ପ୍ରତି ବର୍ଷ ରିଲିଫ ବଣ୍ଟନ, କରୋନା ମହାମାରୀ ସମୟରେ ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ପ୍ରଦାନ ଏବଂ ବ୍ରହ୍ମପୁର ଠାରେ ବିମାନ ମନ୍ଦିର ପ୍ରତିଷ୍ଠା ଦାବୀ ନେଇ ଆନ୍ଦୋଳନ ସମୟରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ସ୍ବର୍ଗତ ଅଲ୍ଲୀ ସର୍ବଦା ଜାତି, ଧର୍ମ, ବର୍ଣ ଏବଂ ଲିଙ୍ଗ ଭେଦର ଉର୍ଦ୍ଧରେ ରହି ମାନବବଧର୍ମୀ କାର୍ୟ୍ୟକୁ ଗୁରୁତ୍ୱ ଦେଉଥିଲେ । ସର୍ବୋପରି ସେ ବ୍ରହ୍ମପୁର ସ୍ଥିତ କେତେକ ମସଜିଦରେ ଖାଦିମ ଭାବେ ଦାୟିତ୍ୱ ନେଇଥିଲେ ଏବଂ ସେ ନିଜ ଜୀବନ ତମାମ ସମାଜସେବା କାର୍ୟ୍ୟରେ ନିଜକୁ ନିୟୋଜିତ କରିଥିବା ଵେଳେ ତାଙ୍କ ବିୟୋଗ ଖବର ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି ।

jittmm
Leave A Reply

Your email address will not be published.