
ନ୍ୟୁୟର୍କ : ଶନିବାର ନ୍ୟୁୟର୍କର ବଫାଲୋ ଅଞ୍ଚଳରେ ସୁପର୍ ମାର୍କେଟ୍ରେ ଫାଇରିଙ୍ଗ୍ ହୋଇଥିଲା, ଯେଉଁଥିରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ଏହି ଗୁଳି ବିନିମୟରେ ୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ରହିଥିଲେ । ଶନିବାର ଦିନ ମଧ୍ୟାହ୍ନ ୨:୩୦ ରେ (ଭାରତୀୟ ସମୟ ରବିବାର ରାତିରେ ୧୨ ଟା) ଏହି ଘଟଣା ଘଟିଛି । ଫାଇରିଙ୍ଗ୍ରେ ମୃତ୍ୟୁବରଣ କରିଥିବା ୧୩ ଜଣଙ୍କ ମଧ୍ୟରୁ ୧୧ ଜଣ କଳା ଲୋକ ବୋଲି ସୂଚନାରେ କୁହାଯାଇଛି ।
ସୂଚନା ଅନୁସାରେ ଯେଉଁଠାରେ ଏହି ଘଟଣା ଘଟିଥିଲା, ସେହି ଅଞ୍ଚଳ ମଧ୍ୟ ଏକ କଳା ପ୍ରାଧାନ୍ୟ ଅଞ୍ଚଳ । ଜାତିଗତ ଆକ୍ରମଣର ଦୃଷ୍ଟିକୋଣରୁ ପୋଲିସ ମଧ୍ୟ ଅନୁସନ୍ଧାନ କରୁଛି । ଆକ୍ରମଣ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ତାଙ୍କୁ କୋର୍ଟରେ ହାଜର କରାଯାଇଛି, ଯେଉଁଠାରେ ତାଙ୍କୁ ପ୍ରଥମ ଡିଗ୍ରୀ ହତ୍ୟା ଅଭିଯୋଗ ହୋଇଛି । ହ୍ୱାଇଟ ହାଉସର ପ୍ରେସ ସଚିବ ଜନ-ପିଆର କହିଛନ୍ତି ଯେ, ଗୁଳି ବିନିମୟ ଏବଂ ପରବର୍ତ୍ତୀ ତଦନ୍ତ ବିଷୟରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିରନ୍ତର ସୂଚନା ଦିଆଯାଉଛି ।