ରଥ ମହୋତ୍ସବ ବେଳେ ବଡ଼ ଦୁର୍ଘଟଣା : ହାଇ ଭୋଲଟେଜ୍ ତାର ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ

ତାଂଜାଭୁର : ତାମିଲନାଡୁର ତାଂଜାଭୁରରେ ବାର୍ଷିକ ରଥ ମହୋତ୍ସବରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ହାଇ ଭୋଲଟେଜ୍ ତାର ଯୋଗୁଁ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନାରେ କୁହାଯାଇଛି । ଏହି ଦୁର୍ଘଟଣାରେ ଆହୁରି ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତମାନଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି । ତାଂଜାଭୁର ଜିଲ୍ଲାର କାଲାମେଡୁ ଅଞ୍ଚଳରେ ଅବସ୍ଥିତ ମନ୍ଦିରରେ ରଥ ଯାତ୍ରା ବେଳେ ଏଭଳି ଅଘଟଣ ଘଟିଛି ।

ପୋଲିସର ସୂଚନାନୁସାରେ, ରଥର ଏକ ଅଂଶ ଉପରୁ ଯାଉଥିବା ହାଇ ଭୋଲଟେଜ୍ କରେଣ୍ଟ ସଂସ୍ପର୍ଶରେ ଆସିଥିଲା, ଯେଉଁଥିପାଇଁ କରେଣ୍ଟ ରଥରେ ବ୍ୟାପି ଯାଇଥିଲା । ସେହି ସମୟରେ ରଥକୁ ଛୁଇଁଥିବା ସମସ୍ତ ଲୋକ କରେଣ୍ଟ ଦ୍ୱାରା ଆଘାତ ପାଇଥିଲେ । ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଟିମ୍ ଘଟଣାସ୍ଥଳରେ ରିଲିଫ୍ କାର୍ୟ୍ୟରେ ନିୟୋଜିତ ଅଛନ୍ତି । ଏଥିସହିତ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.