ଗଞ୍ଜାମ ମହାବିଦ୍ୟାଳୟରେ ପୃଥିବୀ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟ ଅଡିଟୋରିୟମ ହଲରେ ଗଣପତି ସାବତ ଫାଉଣ୍ଡେସନ ଆନୁକୂଲ୍ୟରେ ପୃଥିବୀ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫାଉଣ୍ଡେସନର ସଭାପତି ଅବସରପ୍ରାପ୍ତ ବୈଜ୍ଞାନିକ ଡ଼ଃ.ବି ସି ସାବତ, ମୁଖ୍ୟବକ୍ତା ଭାବେ ଗଞ୍ଜାମ ତହସିଲଦାର ଅରୁନ କୁମାର ନାୟକ, ସମ୍ମାନିତ ଅତିଥି ଇକୋ କ୍ଳବ ଜିଲ୍ଲା ସଂଯୋଜକ ଡ଼ଃ.ଏସ୍‌ଏନ୍‌ ବେଜ ଓ ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆର୍‌କ୍ୟୁଏସି ଏକାଡେମୀର ଡ଼ଃ.ସ୍ମରଣୀକା ହୋତା ସଂଯୋଜିକା ଭାବରେ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ନାକ କୋଡିନେଟର ଡ଼ଃ.ପୁରୁଷୋତ୍ତମ ସାହୁ ସ୍ୱାଗତ ଭାଷଣ ପରିବେଷଣ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ପୃଥିବୀ ସୁରକ୍ଷା କ୍ଷେତ୍ରରେ ବ୍ୟକ୍ତି ବିଶେଷ ଅଧିକ ଯତ୍ନଶୀଳ ହେବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱକୁ ଧ୍ବଂଶ ମୁଖରୁ ଉଦ୍ଧାର କରିବାକୁ ହେଲେ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପ୍ରତି ପ୍ରତ୍ୟେକ ଧ୍ୟାନ ଦେବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ରାଧା ମୋହନ ଗଡ଼ନାୟକର ମାଟି କବିତାର ପଂକ୍ତୀ ଉଦ୍ଧାର କରି ଅଧ୍ୟକ୍ଷ ଡ଼ଃ.ନନ୍ଦ ସମାରୋହକୁ ଅଧିକ ଜୀବନ୍ତ କରି ଗଢ଼ି ତୋଳିଥିଲେ । ଅତିଥିମାନଙ୍କୁ ରୋପଣ ପାଇଁ ବୃକ୍ଷଟିଏ ପ୍ରଦାନ କରି ନିଆରା ଢଙ୍ଗରେ ମହାବିଦ୍ୟାଳୟ ତରଫରୁ ସ୍ୱାଗତ କରାଯାଇଥିଲା ।ପ୍ରାଧ୍ୟାପକ ଭାଗିରଥି ପଲାଇ କବିତା ମାନ ପାଠ ଓ ଡ଼ଃ.ସୀମାଞ୍ଚଳ ଭୋଳଙ୍କ ବୃକ୍ଷ ରୋପଣ କ୍ଷେତ୍ରରେ ଦିଗଦର୍ଶନ ପରେ ଡ଼ଃ.ସ୍ମରଣୀକା ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ରହିଥିଲେ । କଲେଜ ପରିସରରେ ଚାରା ରୋପଣ କରାଯାଇଥିଲା ।

Leave A Reply

Your email address will not be published.