oom

ବଲାଙ୍ଗିର ସହରର ବିଭିନ୍ନ ସମସ୍ୟା ନେଇ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସାକ୍ଷାତ କରି ଆଲୋଚନା କଲେ ବଲାଙ୍ଗିର ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ମୋ ସରକାରର ସଚିବ ଭି କେ ପାଣ୍ଡିଆନଙ୍କ ନିମନ୍ତ୍ରଣ ପୂର୍ବକ ଏକ ସ୍ୱଜନ୍ୟ ମୂଳକ ସାକ୍ଷାତକାରରେ ବଲାଙ୍ଗିର ସହରର ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ତଥା ପାନୀୟଜଳର ସ୍ଥାୟୀ ସମାଧାନ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ତାକୁ ବାସ୍ତବତାର ରୂପଦେଲେ ବଲାଙ୍ଗିରବାସୀ ଉପକୃତ ହେବେ ବୋଲି ପୌରାଧ୍ୟକ୍ଷା ଅନୁରୋଧ କରିଥିଲେ । ପ୍ରତିଉତ୍ତରରେ ବଲାଙ୍ଗିରର ବିଭିନ୍ନ ସମସ୍ୟା ଉପରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇ ବଲାଙ୍ଗିରର ଏସବୁ ସମସ୍ୟାର ସ୍ଥାୟୀ ରୂପାୟନ କରିବାକୁ ପ୍ରତିଶୃତି ଦେଇ ନବନିର୍ବାଚିତ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଯେହେତୁ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସବୁ କ୍ଷେତ୍ରରେ ଆଗ୍ରଧିକାର ଦେଉଥିବା ବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ଵଦେବାକୁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.