ମରିୟମ ଇମ୍ରାନ ଖାନଙ୍କୁ କହିଲେ – ‘ଯଦି ତୁମେ ଭାରତକୁ ଏତେ ପସନ୍ଦ କରୁଛ, ତେବେ ସେଠାକୁ ଯାଅ’

ଇସ୍‌ଲାମାବାଦ : ପାକିସ୍ତାନର ବିରୋଧୀ ଦଳର ନେତା ମରିୟମ ନୱାଜ ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାରତର ପ୍ରଶଂସା କରିଥିବା ପ୍ରସଂଗରେ କହିଛନ୍ତି ଯେ, ଯଦି ସେ ପଡୋଶୀ ଦେଶକୁ ଏତେ ପସନ୍ଦ କରନ୍ତି ତେବେ ସେଠାକୁ ଯିବା ଉଚିତ । ଇମ୍ରାନ ଖାନ ଭାରତକୁ ଏକ ସମ୍ମାନଜନକ ଦେଶ ବୋଲି ବର୍ଣ୍ଣନା କରିବା ପରେ ପାକିସ୍ତାନ ମୁସଲିମ ଲିଗ-ନୱାଜଙ୍କ (ପିଏମଏଲ-ଏନ) ଉପାଧ୍ୟକ୍ଷା ମରିୟମଙ୍କ ମନ୍ତବ୍ୟ ସାମ୍‌ନାକୁ ଆସିଛି ।

ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ୍ ଦେବା ପୂର୍ବରୁ ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ଖାନ କହିଛନ୍ତି ଯେ, ସେ ଭାରତ ବିରୋଧୀ ନୁହଁନ୍ତି ଏବଂ ପଡୋଶୀ ଦେଶରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ସେ କହିଥିଲେ, କୌଣସି ସୁପର ପାୱାର ଭାରତକୁ ଏହାର ସ୍ୱାର୍ଥ ବିରୁଦ୍ଧରେ କିଛି କରିବାକୁ ବାଧ୍ୟ କରିପାରିବ ନାହିଁ । ପ୍ରତିବନ୍ଧକ ସତେ୍‌ତ୍ୱ ଭାରତ ରୁଷ ଠାରୁ ତେଲ କିଣୁଛି । ଭାରତକୁ କେହି ନିର୍ଦ୍ଦେଶ ଦେଇ ପାରିବେ ନାହିଁ ।

Leave A Reply

Your email address will not be published.