ରୁଷରୁ ତେଲ କିଣିବା ଉପରେ ଆମେରିକାର ୟୁ-ଟର୍ଣ୍ଣ, ଭାରତକୁ ଚେତାବନୀ ଦେବାକୁ ମନା କରିଦେଲା

ୱାଶିଂଟନ୍ : ହ୍ୱାଇଟ ହାଉସ ଖବରକୁ ଖାରଜ କରିଦେଇଛି । ରୁଷ୍‌ ଉପରେ ଆମେରିକାର ପ୍ରତିବନ୍ଧକକୁ ଅନ୍ୟ ଦେଶ ନିଜ ହିସାବରେ ବିଚାର କରିପାରିବେ । ହ୍ୱାଇଟ ହାଉସ କହିଛି ଯେ, ରୁଷ ଠାରୁ ତେଲ ଆମଦାନୀ କରିବା ପ୍ରତ୍ୟେକ ଦେଶର ନିଜ ନିଜ ନିଷ୍ପତ୍ତି । ଆମେରିକାର ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା (ଏନଏସଏ) ଦଲିପ ସିଂ ଭାରତ ଗସ୍ତ ସମୟରେ ରୁଷରୁ ତେଲ ନକିଣିବାକୁ ଚେତାବନୀ ଦେଇଥିଲେ ।

ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି ଯେ, ରୁଷରୁ ଭାରତ ଆମଦାନୀ କରୁଥିବା ଶକ୍ତିର ମାତ୍ର ଏକରୁ ଦୁଇ ପ୍ରତିଶତ ଆମଦାନୀ କରୁଛି । ସାକି କହିଛନ୍ତି, ଭାରତ ସମେତ ପ୍ରତ୍ୟେକ ଦେଶ ନିଷ୍ପତ୍ତି ନେଇ ପାରିବେ ଯେ ସେମାନେ ରୁଷ ଠାରୁ ତୈଳ ଆମଦାନୀ କରିବେ କି ନାହିଁ ।

Leave A Reply

Your email address will not be published.