୪ଟି ପାକିସ୍ତାନୀ ସମେତ ୨୨ଟି ୟୁଟ୍ୟୁବ୍ ଚ୍ୟାନେଲକୁ ଆଇଏଣ୍ଡବି ମନ୍ତ୍ରଣାଳୟ ବ୍ଲକ୍‌ କଲା : ଜାତୀୟ ସୁରକ୍ଷା ବିଷୟରେ ମିଥ୍ୟା ଖବର ପ୍ରସାରଣ କରୁଥିଲେ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ୪ଟି ପାକିସ୍ତାନୀ ଏବଂ ୧୮ଟି ଭାରତୀୟ ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍‌ କରିଛି । ଦେଶର ଜାତୀୟ ନିରାପତ୍ତା, ବୈଦେଶିକ ନୀତି ତଥା ସାଧାରଣ ଶୃଙ୍ଖଳା ବିଷୟରେ ବିଭ୍ରାନ୍ତିକର ତଥ୍ୟ ବିସ୍ତାର କରିଥିବାରୁ ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲକୁ ଅବରୋଧ କରାଯାଇଛି ବୋଲି ଭାରତ ସରକାର କହିଛନ୍ତି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ଏହି ଚ୍ୟାନେଲଗୁଡ଼ିକ ମାଧ୍ୟମରେ ଭାରତର ଜାତୀୟ ନିରାପତ୍ତା, ବିଦେଶୀ ଦେଶ ସହ ସମ୍ପର୍କ ଏବଂ ସାର୍ବଜନିକ ଆଦେଶ ବିଷୟରେ ମିଥ୍ୟା ତଥ୍ୟ ଦିଆଯାଉଛି । ଏହା ବ୍ୟତୀତ ମନ୍ତ୍ରଣାଳୟ ଚାରୋଟି ଟ୍ୱିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ ୱେବସାଇଟକୁ ମଧ୍ୟ ବାରଣ କରିଛି । ପ୍ରକାଶ ଥାଉକି, ଗତ ବର୍ଷ ଫେବୃଆରୀରେ ଆଇଟି ନିୟମ ୨୦୨୧ର ବିଜ୍ଞପ୍ତି ପରେ ଭାରତରେ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲଗୁଡିକ ଉପରେ ଏହା ପ୍ରଥମ ଥର ପାଇଁ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.