csstore

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ରାକେଶ କୁମାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱେଚ୍ଛାସେବୀ ରାକେଶ କୁମାର ନାୟକ ନିଜର ୨୬ ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ତାଙ୍କର ଜନ୍ମବାର୍ଷିକୀ ଉପଲକ୍ଷେ ସେ ବ୍ଲଡ ବ୍ୟାଙ୍କ ଯାଇ ସ୍ୱେଚ୍ଛାକୃତ ଭାବେ ଗୋଟେ ୟୁନିଟ ରକ୍ତଦାନ କରିବା ସହ ଭଞ୍ଜନଗର ନିକଟରେ ଥିବା କୁଷ୍ଠରୋଗୀ ଆଶ୍ରମରେ ସନ୍ଧ୍ୟା ସମୟରେ ରୋଗାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଖାଦ୍ୟ ବାଣ୍ଟିବା ସହ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ । କିଛି ସମୟ ଭାବର ଆଦାନ ପ୍ରଦାନ ସେମାନଙ୍କ ସହ କରିଥିଲେ । ତା’ପରେ ଅନାଥାଶ୍ରମର ଛୋଟ ଛୋଟ ପିଲାମାନଙ୍କ ସହ ଜନ୍ମଦିନ ପାଳନ କରିବା ସହିତ ସେମାନଙ୍କୁ ଖେଳଣା ଚକଲେଟ ମଧ୍ୟ ବାଣ୍ଟିଥିଲେ । ରାକେଶ କୁମାରଙ୍କ ଏପରି ମହତ କାର୍ଯ୍ୟ ପାଇଁ ବୁଦ୍ଧଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଏହିପରି ମହତ୍ତ୍ୱ କାର୍ଯ୍ୟକ୍ରମରେ ସମାଜସେବୀ ଭେରବ ସାହୁ ଓ ସଞ୍ଜୟ ପ୍ରଧାନ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.