oom

ଗଞ୍ଜାମ ଜିଲ୍ଲାକୁ ନୂତନ ପବ୍ଲିକ ପ୍ରସିକ୍ୟୁଟର ଭାବେ ବିଶ୍ୱଜିତ ବରାଳଙ୍କର ଯୋଗଦାନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ନ୍ୟାୟିକ ବ୍ୟବସ୍ଥାରେ ନୂତନ ପବ୍ଲିକ ପ୍ରସିକ୍ୟୁଟର ଭାବେ ବିଶ୍ୱଜିତ ବରାଳଙ୍କର ସୋମବାର ଯୋଗଦାନ ହୋଇଛି । ବିଧିବଦ୍ଧ ଭାବେ ତାଙ୍କର କାର୍ଯ୍ୟଭାର ଆନୁଷ୍ଠାନିକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ’ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଗୃହ ବିଭାଗର ନିର୍ଦ୍ଦେଶରେ ପବ୍ଲିକ ପ୍ରସିକ୍ୟୁଟର ଭାବେ କାର୍ଯ୍ୟରତ ଥିବା ତ୍ରିଲୋଚନ ପରିଡାଙ୍କର ଇତି ମଧ୍ୟରେ ପଦୋନ୍ନତି ହୋଇ ଉପନିର୍ଦ୍ଦେଶକ ଭାବେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାକୁ ବଦଳି ହୋଇଛି । ବେଶ କିଛି ଦିନର ଅନ୍ତରାଳରେ ଗୃହ ବିଭାଗର ନିର୍ଦ୍ଦେଶରେ ପୂର୍ବରୁ କଟକ ଜିଲ୍ଲାରେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଭାବେ କାର୍ଯ୍ୟରତ ଥିବା ବିଶ୍ୱଜିତ ବରାଳଙ୍କର ଗଞ୍ଜାମ ଜିଲ୍ଲାକୁ ପଦୋନ୍ନତି ହୋଇ ପବ୍ଲିକ ପ୍ରସିକ୍ୟୁଟର ଭାବେ ବଦଳି ହୋଇଛି । ସେହି କ୍ରମରେ ଆଜି ସକାଳେ ଶ୍ରୀ ବରାଳ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ନିଜର ନିଯୁକ୍ତି ସୂଚନା ଦେବା ସହ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କୁ ଭେଟି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ପରେ ଛତ୍ରପୁରରେ ପଦସ୍ଥ ଥିବା କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସରକାରୀ ଓକିଲ ସୁରେଶ ପଣ୍ଡା, ଏଲ ଗୋପାଳ ରାଓ, ଭୈରବୀ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ବେହେରା, କାଳୀ ପ୍ରସାଦ ଦାଶ ପ୍ରମୁଖ ଶ୍ରୀ ବରାଳଙ୍କୁ ଛତ୍ରପୁର କୋର୍ଟପରିସରରେ ପୁଷ୍ପଗୁଚ୍ଛ ଦେଇ ଜିଲ୍ଲାକୁ ସ୍ୱାଗତ କରିଥିଲେ । ତତ୍ପରେ ଶ୍ରୀ ବରାଳ ଗଞ୍ଜାମ ଜିଲ୍ଲାର ପ୍ରସିକ୍ୟୁସନ ଉପନିର୍ଦେଶକ ସୁବ୍ରତ ମହାନ୍ତିଙ୍କୁ ବ୍ରହ୍ମପୁରଠାରେ ଥିବା କାର୍ଯ୍ୟାଳୟରେ ଭେଟି ଆୟୋଜିତ ସଭାରେ ଯୋଗ ଦେଇଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାର ପ୍ରାରମ୍ଭରେ ଶ୍ରୀ ମହାନ୍ତି ଶ୍ରୀ ବରାଳଙ୍କର କଟକ ଜିଲ୍ଲାରେ ଅବସ୍ଥାପିତ ଥିବା ସମୟରେ ସାରଥୀ ବାବା ମାମଲା ତଥା ଡ଼ି ବ୍ରଦରସ ମାମଲା ପରିଚାଳନା ଉପଯୁକ୍ତ ଢଙ୍ଗରେ କରିଥିବା କଥାକୁ ସମସ୍ତଙ୍କୁ ଜଣାଇଥିଲେ । ପରେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ଦିଗପହଣ୍ଡି କ୍ୟାଡ଼ର ଏପିପି ବିପ୍ଳବ ମୁଦୁଲି ଶ୍ରୀ ବରାଳଙ୍କର ପ୍ରସିକ୍ୟୁସନ ସର୍ଭିସରେ ବିଶେଷ ଅବଦାନ ଉପରେ ତଥ୍ୟ ରଖିଥିଲେ । ଶେଷରେ ଶ୍ରୀ ବରାଳ ଉପସ୍ଥିତ ଥିବା ସମସ୍ତ ପ୍ରସିକ୍ୟୁଟରଙ୍କୁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ସମ୍ବୋଧନ କରି ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାନଖେମୁଣ୍ଡିର କ୍ୟାଡ଼ର ଏପିପି ଦୀପକ କୁମାର ସେଠୀ, ବୁଗୁଡା କ୍ୟାଡ଼ର ଏପିପି ରତନ ସିଂ, ପାତ୍ରପୁର କ୍ୟାଡ଼ର ଏପିପି ଗୋଲକ ନାୟକ, ହିଞ୍ଜିଳିକାଟୁ କ୍ୟାଡ଼ର ଏପିପି ଯୀଶୁରାମ ବେହେରା, କବିସୂର୍ଯ୍ୟନଗର କ୍ୟାଡ଼ର ଏପିପି ନରେଶ ଅର୍ଗଳ, ଭଞ୍ଜନଗର କ୍ୟାଡ଼ର ଏପିପି ସୁରେନ୍ଦ୍ର ଟୁଡୁ, ବ୍ରହ୍ମପୁର କ୍ୟାଡ଼ର ଏପିପି ଆଲୋକ ଜ୍ୟୋତି କଦମ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ସଭାକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.