oom

ମେଧା ପାଟେକରଙ୍କ ତିନିଦିନିଅ ଓଡ଼ିଶା ଗସ୍ତ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦେଶର ବିଶିଷ୍ଠ ପରିବେଶବିତ୍‌? ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ସୁଶ୍ରୀ ମେଧା ପାଟେକରଙ୍କ ଜୁନ ୫ରୁ ୭ ତାରିଖ ତିନିଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୁନ ୫ ତାରିଖରେ ସେ ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ସିଜିମାଳି ସୁରକ୍ଷା ତଥା ମା’ ମାଟି ମାଳିର ସୁରକ୍ଷା ମଞ୍ଚ ଦ୍ୱାରା ଆୟୋଜିତ ସୁଙ୍ଗେରା ହାଟପଦାରେ ଅନୁଷ୍ଠିତ ସମାବେଶରେ ଉଦବୋଧନ ଦେବେ । ଜୁନ ୬ ତାରିଖରେ ଗଞ୍ଜାମ ଜିଲ୍ଲାରେ ଚାଲିଥିବା ଋଷିକୂଲ୍ୟା ନଦୀ ସୁରକ୍ଷା ଆନ୍ଦୋଳନ ପକ୍ଷରୁ ବ୍ରହ୍ମପୁର ସହରର ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଅପରାହ୍ନ ୪ ଘଣ୍ଟା ବେଳେ ତାଙ୍କର ବକ୍ତବ୍ୟ ରଖିବେ । ୬ ତାରିଖ ସକାଳେ ଋଷିକୂଲ୍ୟା ନଦୀ ପାଶ୍ୱର୍ରେ ପୋଟଲାମପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୁନ ୭ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ଲୋହିଆ ଏକାଡେମୀଠାରେ ଲୋକଶକ୍ତି ଅଭିଯାନ, ଦୟା ସୁରକ୍ଷା ଅଭିଯାନ, ଜଳବାୟୁ ନ୍ୟାୟ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେବେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚାଷୀ ନେତା ଲିଂଗରାଜ, ପରିବେଶବିତ୍‌? ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେବେ ବୋଲି ସାମାଜିକ କର୍ମୀ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.