oom

ହାଇଓ୍ୱା ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ : ଗାଁ ଲୋକଙ୍କ ରାସ୍ତା ଅବରୋଧ

jsmm

ବାଙ୍କୀ : ବାଙ୍କୀ-ଖୋର୍ଦ୍ଧା ରାସ୍ତାର ଢଂସର ଗ୍ରାମର ଶୂନ୍ୟ ମଠ ପୋଖରୀ ନିକଟରେ ଦୁର୍ଘଟଣା । ବାଲି ବୋଝେଇ ହାଇଓ୍ୱା ଧକ୍କାରେ ଯୁବକ ମୃତ । ଦୁର୍ଘଟଣାରେ ମୃତ ଯୁବକଙ୍କ ନାମ ଭୀମ ପ୍ରଧାନ ବୋଲି ଜଣାପଡିଛି । ଖବର ଅନୁଯାୟୀ, ମଙ୍ଗଳବାର ଭୋଟ ସମୟରେ ଭୀମ ଶୌଚ ହେବାକୁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ହାଇଓ୍ୱା ଭୀମ ପ୍ରଧାନଙ୍କୁ ଜୋରଦାର ଝଟ୍‌କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଭୀମଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଛନ୍ତି । କ୍ଷତିପୂରଣ ସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିର ଧାରଣା ଦେଉଛନ୍ତି । ସେପଟେ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

jittmm
Leave A Reply

Your email address will not be published.