
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଗ୍ରୀଷ୍ମର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଆଖ ପାଖ ଅଞ୍ଚଳରୁ ଅନେକ ଭକ୍ତ ଶୀତଳ ଷଷ୍ଠୀ ମହୋତ୍ସବ ଦର୍ଶନ କରିବା ପାଇଁ ଆସିଥିଲେ । ଶୀତଳ ଷଷ୍ଠୀ ମହୋତ୍ସବ ପାଳନ ଅବସରରେ ଶ୍ରଦ୍ଧାଲୁ ଭକ୍ତ ମାନଙ୍କ ପାଇଁ ବଲାଙ୍ଗିର ଅବସ୍ଥିତ ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଦ୍ୱାରା ସରବତ ଥଣ୍ଡା ପାଣି ବଣ୍ଟନ ହୋଇଯାଇଛି । ମହାବିଦ୍ୟାଳୟର ସମସ୍ତଙ୍କ ମିଳିତ ଉଦ୍ୟମରେ ଆଜି ପ୍ରାୟ ୧୫୦୦ରୁ ଅଧିକ ଭକ୍ତଙ୍କୁ ଥଣ୍ଡା ପାଣି ସେବନ ବଣ୍ଟନ କରାଯାଇଥିଲା । ପ୍ରଚଣ୍ଡ ରୌଦ୍ରତାପରେ ଶିବ ବିବାହ ଉତ୍ସବ ଉପଭୋଗ କରିବା ସହିତ ଥଣ୍ଡା ପାଣି ପାଇଥିବାରୁ ଭକ୍ତଗଣ ସଭିଏଁ ଅତି ଆନନ୍ଦିତ ହେବା ସହିତ ମହାବିଦ୍ୟାଳୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧକ୍ଷ୍ୟ ସି ଏ ଶ୍ରୀକାନ୍ତ ର୍ଶମା ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ପୁଣି ମହାବିଦ୍ୟାଳୟର ଉପଦେଷ୍ଟା ମନୋରଞ୍ଜନ ସାହୁ ଓ ପ୍ରଧାନ ଶିକ୍ଷୟତ୍ରୀ ଡ. ମନସ୍ମିତା ମିଶ୍ର ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତା ମାନଙ୍କ ସହିତ ଥଣ୍ଡା ପାଣି ବଣ୍ଟନ କରିବା ସହିତ ସମସ୍ତଙ୍କୁ ଉତ୍ସାହିତ ପ୍ରଦାନ କରିଥିଲେ ।