
ବାଙ୍କୀ : ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଢେଲାମାଡ଼ । ଯେଉଁଥିରେ ପୋଲିସ ଗାଡ଼ିକୁ କ୍ଷତି ପହଞ୍ଚିଥିବା ସୂଚନା ମିଳିଛି । କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବୈଦେଶ୍ୱର ପୋଲିସ କାଳିପୋଇ ପଞ୍ଚାୟତ ଚଡେଇବନ୍ଧ ଗାଁରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଣେ ଯୁବକ ହଠାତ୍ ପୋଲିସ ଭ୍ୟାନ୍କୁ ଢେଲାମାଡ଼ କରିଥିଲେ । ଯେଉଁଥିରେ ପୋଲିସ ପାଟ୍ରୋଲିଂ ଗାଡ଼ିଟି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି । ସେହିପରି ଏହି ଘଟଣା ପରେ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଛି । କାହିଁକି ଢେଲା ପଥର ମାରିଲେ, ସେନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ । ତେବେ ପୋଲିସ ଅଟକ ରଖିଥିବା ବ୍ୟକ୍ତିଙ୍କ ନାମ ଦନେଇ ସାହୁ ବୋଲି ଜଣାପଡିଛି ।