ହନୁମାନ ଜୟନ୍ତୀ ଅବସରରେ ଭବ୍ୟ ଶୋଭାଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶ୍ରୀହନୁମାନ ଜୟନ୍ତୀ ପାଳନ ସମିତି ଆନୁକୂଲ୍ୟରେ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । କଲମପୁର ବ୍ଲକ ଅନ୍ତର୍ଗତ ବଡ଼କୁଟରୁ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ପୂଜା ଅର୍ଚ୍ଚନା ପରେ ପ୍ରଭୁଙ୍କ କୃପା ଲାଭ କରି ଶତାଧିକ ମଟର ସାଇକେଲ କେଶରିଆ ଧ୍ଵଜରେ ମଣ୍ଡିତ ହୋଇ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ କରିବା ସହିତ ଶହ ଶହ ଶ୍ରଦ୍ଧାଳୁ ପଟୁଆରରେ ଭାଗ ନେଇଥିଲେ । ରାସ୍ତାର ଉଭୟ ପାର୍ଶ୍ଵରେ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ପଟୁଆରର ଭବ୍ୟଦୃଶ୍ୟକୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ଜୟପାଟଣା ଶ୍ରୀହନୁମାନ ମନ୍ଦିର ଠାରେ ପଟୁଆର ପହଞ୍ଚିବା ପରେ ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇଥିଲା । ପୂଜା ଅର୍ଚ୍ଚନା ପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.