csstore

ଟିକ୍ରପଡା ଗାଁରେ ମଦ ବନ୍ଦ ଡାକରା ଦେଲେ ଗାଁ ସ୍ୱୟଂ ସହାୟିକା ମହିଳା

  • ସାମିଲ ହେଲେ ଶତାଧିକ ସ୍ୱୟଂ ସହାୟିକା ମହିଳା

ତୁରେକେଲା, (ପିତାମ୍ବର ଦୀପ): ତୁରେକେଲା ବ୍ଲକ କଂଦେଇ ପଂଚାୟତ ଟିକ୍ରାପଡ଼ା ଗାଁର ଶତାଧିକ ସ୍ୱୟଂ ସହାୟିକା ମହିଳାମାନେ ଗାଁରେ ମଦ ବନ୍ଦ ନାରା ଦେଇ ଏକ ଧାରଣା ଦେବା ସହ ଗାଁରେ ବୁଲି ବୁଲି ସଚେତନତାର ନାରା ଦେଇଥିଲେ । ଗାଁରେ ଦେଶୀ ଓ ବିଦେଶୀ ମଦ, ଖଜୁରୀ ମଦ ବିକ୍ରି ଜୋରଦାର ଚାଲିଥିବା ନେଇ ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଥିବା ଜଣାପଡିଛି । ଯୁବପିଢ଼ି ମଦ୍ୟପାନ କରି ପ୍ରାୟ ସମୟରେ ଗାଁରେ ଅଶାନ୍ତି ସୃଷ୍ଟି କରୁଥିବା ସହ ପରିବାର ମଧ୍ୟରେ ଝଗଡା ଝାଟି ହୋଇ ଧନ ଜୀବନ ହାନି ହେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ତୁରେକେଲା ପୋଲିସ ଏଥିପ୍ରତି ଧ୍ୟାନ ନଦେଲେ ଆସନ୍ତା ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଗାଁର ମହିଳାମାନେ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ତୁରେକେଲା ଥାନାଧିକାରୀ ରମାକାନ୍ତ ସାହୁ କହିଛନ୍ତି ଯେ, ଯିଏ ବେଆଇନ ମଦ ବିକ୍ରି କରିବ ତା’ଉପରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଆଗରୁ ମଧ୍ୟ ଟିକ୍ର।ପଡ଼ା ଗାଁର ମଦ ବିକାଳୀଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.