ପୋଖରୀରେ ବୁଡି ଜଣେ ଯୁବକ ମୃତ

ବାଙ୍କୀ : ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଅଗ୍ନିଶମ ବାହିନୀ । ମୃତକର ନାମ ପ୍ରଶାନ୍ତ ବାରିକ(୩୮) । ବାଙ୍କୀ ବ୍ରହ୍ମପୁର ପଂଚାୟତ କିଆପଲା ଗ୍ରାମରେ ନଜର ଆସିଛି ଏ ଭଳି ଘଟଣା । ବାଙ୍କୀ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରେ ସେ ପୋଖରୀରୁ ଉଦ୍ଧାର କରିଥିଲେ ଯୁବକଙ୍କ ମର ଶରୀର । ଗୁରୁବାର ରାତିରେ ଘଟଣା ଘଟିଥିବା ବେଳେ ତାକୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ଶବ ବ୍ୟବଚ୍ଛେଦ ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି ।

Leave A Reply

Your email address will not be published.