jsm

ମୁରିବାହାଲ ବ୍ଲକସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଚିତ୍ରାମୁଣ୍ଡା ଗ୍ରାମଠାରେ ମୁରିବାହାଲ ବ୍ଲକସ୍ତରୀୟ ତୈଲିକ ବୈଶ୍ୟ ସାହୁ ସମାଜର ସାଧାରଣ ସଭା ତଥା ସାଙ୍ଗଠନିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ବୈଧୃତ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ତୈଲିକ ବୈଶ୍ୟ ସାହୁ ସମାଜର ସଭାପତି ରାଜ କୁମାର ସାହୁ, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଦୟାନିଧି ସାହୁ, ଉପଦେଷ୍ଟା ଲିଙ୍ଗରାଜ ସାହୁ, ବ୍ଲକ ଉପସଭାପତି ବୈଶାଖୁ ସାହୁ, କୃତ୍ତିବାସ ସାହୁ, ଉପଦେଷ୍ଟା ହରେକୃଷ୍ଣ ସାହୁ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସାଂସଦଙ୍କ ପ୍ରତିନିଧି ଶ୍ରୀବତ୍ସ ବେହେରା, ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ, ଯୁବ ନେତା କଶ୍ୟପ ସରାଫ ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ତୈଲିକ ବୈଶ୍ୟ ସାହୁ ସମାଜର ସାଙ୍ଗଠନିକ ସୁଦୃଢ଼କୁ ମଜବୁତ କରିବା ନେଇ ଆଲୋଚନା ହୋଇଥିଲା । ସମ୍ପାଦକ ହେରାମ ସାହୁ ସଭା ସଂଯୋଜନା କରିଥିଲେ । ଏହି ଅବସରରେ କୁବେର ସାହୁ, କମଳାକାନ୍ତ ସାହୁ, ଡିଲେଶ୍ୱର ସାହୁ, ଶ୍ୟାମ ସାହୁ, କୁବେର ସାହୁ, ଲଳିତ ସାହୁ ପ୍ରମୁଖଙ୍କ ସହ ବୈଠକରେ ବ୍ଲକ ଅଞ୍ଚଳର ବହୁ ସଂଖ୍ୟାରେ ଜାତି ସମାଜର ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.