jayashree

ଟିଟିଲାଗଡ଼ର ଯୁବ ବ୍ୟବସାୟୀ ରବିନ୍ଦ୍ର ପାତ୍ରଙ୍କ ପରଲୋକ : ସହରରେ ଶୋକାକୁଳ ପରିବେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ପ୍ରତିଷ୍ଠିତ ଦୋକାନ ଭାବେ ଟ୍ରାଭେଲ୍ ଷ୍ଟାଇଲ ଦୋକାନର ମାଲିକ ରବୀନ୍ଦ୍ର ପାତ୍ର ଭୁବନେଶ୍ଵର ପଟୁ ଟ୍ରେନରେ ଶୁକ୍ରବାର ରାତି ଟିଟିଲାଗଡ ସହରକୁ ଫେରୁଥିଲେ । ଟିଟି ଆଇ ଟିକଟ ଚେକ କରିବା ପାଇଁ ଉଠାଉଥିବା ବେଳେ ସେ ନ ଉଠିବାରୁ ବରଗଡ଼ ରେଳ ଷ୍ଟେସନଠାରେ ତାଙ୍କୁ ଓହ୍ଲାଇ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଟ୍ରେନରେ ଆସୁଥିବା କିଛି ବ୍ୟକ୍ତି ଏହା ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସହର ସାରା ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସ୍ଵର୍ଗତ ପାତ୍ର ଟିଟିଲାଗଡ ଲାୟନ୍ସ କ୍ଲବ, ବଣିକ ସଂଘର ସଦସ୍ୟ ଥିବା ବେଳେ ସହରର ଜଣେ ଚର୍ଚ୍ଚିତ ବ୍ୟବସାୟୀ ଭାବେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଦେହାନ୍ତ ଖବର ଶୁଣିବା ପରେ କେହି ବି ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ।

Leave A Reply

Your email address will not be published.