ନରସିଂହଙ୍କ ଭଡ଼ାଟିଆ ଶବ୍ଦ ବ୍ୟବହାର ମହିଳାଙ୍କ ସମ୍ମାନହାନୀ କରିଥିବା ଅଭିଯୋଗ କଲେ ବିଜେଡ଼ି ନେତ୍ରୀ ଓ ସଭ୍ୟା ବୃନ୍ଦ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ମଂଚାସିନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଅଭିଭାଷଣରେ ଭଡ଼ାଟିଆ ଭଳି ଶବ୍ଦ ବ୍ୟବହାର କରି ମା’ ଭଉଣୀଙ୍କୁ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ କରି ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ବଲାଙ୍ଗିର ବିଜେଡିର ମହିଳା ନେତ୍ରୀ ଓ ସଭ୍ୟାମାନେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗଙ୍କ ସହ ବିଜେଡ଼ି ନେତ୍ରୀ ଓ ସଭ୍ୟାମାନେ ଯୋଗଦେଇ ବିଧାୟକ ଶ୍ରୀ ମିଶ୍ରଙ୍କ ମନ୍ତବ୍ୟ ମହିଳାମାନଙ୍କ ସ୍ୱାଭିମାନ ଓ ସମ୍ମାନ ପ୍ରତି ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି । ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କୁ ମଧ୍ୟ ଏ ସଂପର୍କରେ ବିଜେଡ଼ି ନେତ୍ରୀ ଓ ସଭ୍ୟାମାନେ ଅଭିଯୋଗ ପତ୍ର ଦେଇଥିବା ଜଣାପଡ଼ିଛି । ବଲାଙ୍ଗିର ଏଏସ୍‌ପି ସୁରେଶ କୁମାର ନାଏକ ଏହି ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.