jayashree

ଲିଲି ଫାଉଣ୍ଡେସନର ରୋଟାରୀ ଇଷ୍ଟ ସହାୟତାରେ ରାମପଲ୍ଲୀରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଲକୋତାସ୍ଥିତ ଲିଲି ଫାଉଣ୍ଡେସନ ତରଫରୁ ରୋଟରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟ ସହଯୋଗିତାରେ ଛତ୍ରପୁର ବ୍ଳକ ରାମପଲ୍ଲୀ ଗ୍ରାମରେ ମହୁରୀ ଅଞ୍ଚଳ ପରିଷଦ କାଞ୍ଜି କୋଠାଘରେ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଲିଲି ଫାଉଣ୍ଡେସନର ଗଂଜାମ ଜିଲ୍ଲା ସଂଯୋଜକ ଡଃ ଗୋଦାବରୀ ପାତ୍ରଙ୍କ ସଂଯୋଜନାରେ ପରିଚାଳିତ ଏହି ଶିବିରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଡାକ୍ତର ନିରଞ୍ଜନ ନାୟକ, ଦନ୍ତ ଚିକିତ୍ସକ ଡାକ୍ତର ସମୀର ବାଗ ଓ ଡାକ୍ତର ଚିନ୍ମୟ ସୁବୁଦ୍ଧି, ଆୟୁର୍ବେଦିକ ଡାକ୍ତର ନୀଳାଞ୍ଚଳ ସାହୁ, ଫର୍ମାଷିଷ୍ଟ ସୁମନ୍ତ କୁମାର ସାହୁ, ସୁବ୍ରତ କୁମାର ସ୍ୱାଇଁ, ନରସିଂ ସହାୟକ ଟି.ଚିନ୍ମୟ ପାତ୍ର ପ୍ରମୁଖ ରୋଗୀ ଚିକିତ୍ସା କରି ଔଷଧ ସୁପାରିଶ କରିଥିଲେ । ପ୍ରମୁଖ ଚିକିତ୍ସା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ରୋଟରୀ ୩୨୬୨ର ସହକାରୀ ପ୍ରାନ୍ତପାଳ(ଏଜି) କାମରାଜୁ ମହାରଣାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପରିଚାଳିତ ଶିବିରରେ କେଟିଏନ୍‌ପୁର ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ରୋଟାରିଆନ ସତ୍ୟନାରାୟଣ ସୁବୁଦ୍ଧି ରୋଗୀ ଚିକିତ୍ସା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରୋଟରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ସଂପାଦକ ଲିଙ୍ଗରାଜ ନାୟକ, ନିର୍ବାଚିତ ସଭାପତି ଜୟନ୍ତ କିଶୋର ପାତ୍ର, ଅସିତ ଦତ୍ତ ପ୍ରମୁଖ ଚିକିତ୍ସା, ପରୀକ୍ଷଣରେ ସହାୟକ ରୂପେ ସଂଯୋଜନା କରିଥିଲେ । ରାମପଲ୍ଲୀ ଗ୍ରାମ କମିଟି ସଭ୍ୟବୃନ୍ଦ ପ୍ରଦୀପ ପ୍ରଜ୍ୱଳନ କରି ଶିବିର ଆରମ୍ଭ କରିଥିଲେ । ଗ୍ରାମର ଆଗ୍ରହୀ ଯୁବ ଗୋଷ୍ଠୀଙ୍କ ଅକ୍ଳାନ୍ତ ପରିଶ୍ରମ ତଥା ସହଭାଗିତାରେ ଶିବିର ସଂପୂର୍ଣ୍ଣ ସଫଳ ହୋଇଥିଲା । ଏଇ ଭଳିଆ ଏକ ସ୍ୱାସ୍ଥ୍ୟ ଶିବିର ପ୍ରଥମ ଥର ପାଇଁ ଗ୍ରାମରେ ଆୟୋଜିତ ହୋଇଥିବା ଯୋଗୁଁ ଗ୍ରାମ ତରଫରୁ ଆୟୋଜକ ଡକ୍ଟର ଗୋଦାବରୀ ପାତ୍ର ଓ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟକୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କର।ଯାଇଥିଲା । ଏହି ଶିବିରରେ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସକମାନଙ୍କଠାରୁ ପରାମର୍ଶ ଗ୍ରହଣ କରିଥିଲେ ଓ ଔଷଧ ଗ୍ରହଣ କରିଥିଲ । କାଳିଞ୍ଜି କୁଳର କର୍ମକର୍ତ୍ତା ବୃନ୍ଦାବନ ଖଟେଇ ନୀଳାଞ୍ଚଳ ପୋଲେଇ, ରାଜକିଶୋର ବରଡ, ସଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ରହି ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.