oom

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ ୯୦ତମ ଜନ୍ମଦିନ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସାରସ୍ୱତ ସାଧକ, କବି ଓ କଥାକାର ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ଶନିବାର ୯୦ତମ ଜୟନ୍ତୀ ରାଧାରାଣୀପଡା ସ୍ଥିତ କବି କୁଟୀରଠାରେ ପାଳନ କରାଯାଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି, କବି ଓ ଲେଖକ, ସାହିତ୍ୟପ୍ରେମୀ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଫୁଲତୋଡା, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ୯୦ ବର୍ଷ ବୟସରେ ମଧ୍ୟ ଡ. ଉଦ୍‌ଗାତା ସାରସ୍ୱତ ଜଗତରେ ସକ୍ରିୟ ରହିଛନ୍ତି । ଏଯାବତ୍ ସେ ୩୩୫ ଖଣ୍ଡ ଓଡିଆ, ହିନ୍ଦୀ, କୋଶଲୀ ଏବଂ ଇଂରାଜୀ ପୁସ୍ତକ ରଚନା ଓ ଅନୁବାଦ କରିସାରିଛନ୍ତି । ସାରସ୍ୱତ କୃତି ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହାପରେ ସେ ଜାତୀୟ, ପ୍ରାଦେଶିକସ୍ତରରେ ଅଗଣିତ ସମ୍ମାନର ଅଧିକାରୀ ହୋଇଛନ୍ତି । ଆଜି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କବି ଓ ନାଟ୍ୟକାର ବିଜୟ କୁମାର ତ୍ରିପାଠୀ, ଶିକ୍ଷାବିତ୍ ସନାତନ ଠାକୁର, ପ୍ରକାଶକ ଅଜିତ ମହାନ୍ତି, ସ୍ରୋତସ୍ୱତୀ ପ୍ରକାଶନୀ ପକ୍ଷରୁ ସନ୍ଦୀପ କୁମାର କୁଅଁର, ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟକ ଜିଲ୍ଲାପାଳ ଘନଶ୍ୟାମ ମୁଣ୍ଡ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, କଳା ସଙ୍ଗଠକ ଗୋପାଳ ପ୍ରଧାନ, ପ୍ରେସ କ୍ଲବ୍ ସଭାପତି ଅରୁଣ ମିଶ୍ର, ସୁଭାଷ ଚିନ୍ତନର ସଂପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ରାଜୁ ଶର୍ମା, ବୀରେନ୍ଦ୍ର କୁମାର ଝାଙ୍କର, ପ୍ରଶାନ୍ତ ମହାକୁର, ସତ୍ୟନାରାୟଣ ବେହେରା, ସ୍ମାରକୀ ଦାତବ୍ୟ ନ୍ୟାସର ସୁଧାକର ବେହେରା, ସାମ୍ବାଦିକ ଶରତଚନ୍ଦ୍ର ମିଶ୍ର, ଆଇନଜୀବୀ ଅସୀତ କୁମାର ଷଢଙ୍ଗୀଙ୍କ ସହ ବହୁ ସାହିତ୍ୟିକ ଓ ସଙ୍ଗଠକ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାହିତ୍ୟିକ ତାଙ୍କୁ ଫୋନ୍ ଯୋଗେ ଅଭିନନ୍ଦନ ଜଣାଇ ତାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ଡ. ଉଦ୍‌ଗାତାଙ୍କ ସ୍ତ୍ରୀ କବୟିତ୍ରୀ ସୌଦାମିନୀ ଉଦ୍‌ଗାତା, ପୁଅ, ବୋହୂ, ନାତି ଓ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.