ମୁରିବାହାଲରେ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କେନ୍ଦ୍ର ସରକାରଙ୍କ ଡ୍ରାଇଭର ମାରଣ କଳା ଆଇନକୁ ବିରୋଧ କରି ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ୍ରାଇଭର ମହାସଂଘ ବ୍ଲକ ଶାଖା ପକ୍ଷରୁ ବ୍ଲକ ସଦର ମହକୁମା(ଟୁନଟୁନି ମୁଣ୍ଡା ଛକ), ଗୁଡିଘାଟ ଛକ, ଚଳକୀ ଛକ, ଗଅଁରେଇ ଛକ ଓ ସିରୋଲ ଛକରେ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେଉଛି । ମୁରିବାହାଲ ବ୍ଲକ ଶାଖା ସଭାପତି ଭିକି ମହାରଣା, ଉପସଭାପତି ରଞ୍ଜିତ ବାଗ, ସମ୍ପାଦକ ସୁନୀଲ ବାଗ, ସହ ସଂପାଦକ ଜଗସନ ସେଲମା, କୋଷାଧ୍ୟକ୍ଷ ନେତ୍ରାନନ୍ଦ ମାଝୀଙ୍କ ସହ କନକ ସାହୁ, ସୁରେଶ ମହାକୁର, ବସୁଦେବ ଭୋଇ, ପ୍ରମୋଦ ଦାସ, ସୁରେଶ ଖାଡ଼ିଆ ଓ ଦୀନେଶ ସେଠଙ୍କ ସହ ଶତାଧିକ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସଂସଦରେ ପାସ୍ ହୋଇଥିବା ନୂଆ ବିଲ ଭାରତୀୟ ନ୍ୟାୟ ସଂହିତା (ହିଟ୍ -ଆଣ୍ଡ- ରନ୍) ମାମଲାର ଦଣ୍ଡ ବିଧାନକୁ ଦୃଢ଼ ବିରୋଧ କରି ସମସ୍ତ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ଏହି କଳା କାନୁନକୁ ପ୍ରତ୍ୟାହାର ନ କରନ୍ତି ତା’ହେଲେ ରାଜ୍ୟବ୍ୟାପୀ ଏହାକୁ ଆହୁରି ତୀବ୍ରତର କରାଯିବା ସହିତ ପରିବହନ ବ୍ୟବସ୍ଥାକୁ ଅଚଳ କରି ଦିଆଯିବ ବୋଲି ସଂଘ ସଂପାଦକ ପ୍ରିୟବ୍ରତ ବିଶି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସେହିପରି ଗୁଡିଘାଟ ଶାଖା ସଭାପତି ନୃସିଂହଚରଣ ସାଙ୍କ ନେତୃତ୍ୱରେ ଏଡମିନ୍ ପବିତ୍ର ମହାଲିଙ୍ଗ, ସମ୍ପାଦକ ବ୍ୟାସୁ ମାଝୀ, ଉପସଭାପତି ଲିଲୁ ସୁନାନୀ, ଫକୀର ନିଆଲ, କାହ୍ନା ବାଗ, ଗୁଣ ଭୋଇ, ପୁରନ୍ଦର ଭାଟି, ଚନ୍ଦ୍ରମଣି ନାଗ, ଜଗନ୍ନାଥ ଧରୁଆ, କୃତିବାସ ବଗର୍ତ୍ତି, ସାରଥୀ ସେଟ, ଶ୍ରୀକାନ୍ତ ସେଟ, ଶାନ୍ତନୁ ମାଝୀ, ନୀତେଶ ନାୟକ, ଭକ୍ତ ରଣା, ଭାସ୍କର ସାହୁ, ସନାତନ ବିଶି, ମିଶ୍ର ବିଶି, ପଙ୍କଜ ଧରୁଆ, ରୁକବେଲ ଭୋଇ, ବୈଦ୍ୟନାଥ ସୁନାନୀ ତଥା ବଡ଼ସାଇମରା ଓ ଚଣାବାହାଲ ପଞ୍ଚାୟତ ଅଞ୍ଚଳର ସମସ୍ତ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଥିଲେ । ଡ୍ରାଇଭର ଆନ୍ଦୋଳନ ଫଳରେ ମୁରିବାହାଲ ବ୍ଲକ ଅଞ୍ଚଳରେ ସାଧାରଣ ପରିବହନ, ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଗମନାଗମନ ଓ ଅତ୍ୟାବଶ୍ୟକ ସାମଗ୍ରୀ, ପେଟ୍ରୋଲ, ଡିଜେଲର ଅଭାବୀ ବିକ୍ରି, ଦରଦାମ ବୃଦ୍ଧି ଯୋଗୁଁ ଖାଉଟିମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.