ପୁରୀରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ

ପୁରୀ : ଆଜି ବଡ଼ି ଭୋରୁ ୫-ଟି ଅଧ୍ୟକ୍ଷ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ । ଏହାପରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ଥିବାରୁ ନିର୍ମାଣ କାର୍ଯ୍ୟ କେତେ ଶୀଘ୍ର ଶେଷ ହେବ ସେନେଇ ଠିକା ସଂସ୍ଥା ଟାଟା ଓ ଓବିସିସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଭକ୍ତଙ୍କ ପାଇଁ ନିର୍ମାଣ ଚାଲିଥିବା ଏସିସେଡ୍ ପାଥ୍‌ୱେ ସହ ଅଭ୍ୟର୍ଥନା କେନ୍ଦ୍ରର ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।

Leave A Reply

Your email address will not be published.