ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (ପେକିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ସ୍ପୋଟର୍ସ କଂପ୍ଲେକ୍ସରେ ଗତ ରବିବାର ଦିନ ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଆଜି ବଲାଙ୍ଗିର ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ମଂଚରେ ମଂଚାସୀନ ଥିଲେ । ପୌର ପରିଷଦ ଅନ୍ତର୍ଗତ ସମସ୍ତ ଶିକ୍ଷାନୁଷ୍ଠାନ ସ୍ତରରେ ହୋଇଥିବା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଉଭୟ ବାଳକ ଓ ବାଳିକା କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ଖୋ-ଖୋ, ଫୁଟ୍‌ବଲ, ଭଲିବଲ୍‌, ହକି, କବାଡ଼ି, କ୍ରିକେଟ ଆଦି ପ୍ରତିିଯୋଗିତା ଗୁଡ଼ିକର ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ସମସ୍ତ କାଉନ୍‌ସିଲର୍‌ମାନଙ୍କ ସହ ସହରର ବହୁ ଖେଳାଳୀ, କ୍ରୀଡ଼ାପ୍ରେମୀ ଓ ନବୀନ ପ୍ରେମୀମାନେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.