ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ-ପ୍ରତିଭା ସମାରୋହରେ କୃତୀ ପ୍ରତିଭାଧାରୀଙ୍କୁ ପୁରସ୍କାରରେ ସମ୍ମାନିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟର “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମର ସାଂସ୍କୃତିକ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ସୋମବାର ଦିନ ଉଦ୍ଘାଟିତ ହୋଇଯାଇଛି । ବାର୍ଷିକ ସାଂସ୍କୃତିକ-ପ୍ରତିଭା ଅନ୍ୱେଷଣ ଓ ପରିବେଷଣ ସମାରୋହ ଅବସରରେ ରାଜ୍ୟସରକାରଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସହାୟତାରେ ଆୟୋଜିତ କାର୍ଯ୍ୟକ୍ରମ ଖୁବ ଉତ୍ସାହ ଓ ଉଦ୍ଦିପନା ଥିଲା । ଛାତ୍ରୀମାନେ ଉତ୍ସାହର ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ମାତ୍ରାରେ ଆନନ୍ଦ ନେଇଛନ୍ତି । ନୃତ୍ୟ ଗୀତ ପରିବେଷଣରେ ଛାତ୍ରୀମାନେ ମସଗୁଲ ହୋଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଛତ୍ରପୁର ଏନ୍ଏସି ଉପାଧ୍ୟକ୍ଷ ଜି.ପାପା ରାଓ ଯୋଗଦେଇ କୃତୀ ମହିଳା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । କଲେଜ ଅଧ୍ୟକ୍ଷା ଶ୍ରୀମତୀ ସୁମିତା ମିଶ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ତଥା କଲେଜର ନୂଆ-ଓ କାର୍ଯ୍ୟକ୍ରମର ନୋଡାଲ ଅଫିସର କବିତା ସାହୁ, ଦୀପ୍ତି ନନ୍ଦ, ଯାଜ୍ଞସିନୀ ପାଣିଗ୍ରାହୀ, ଗୀତାଞ୍ଜଳି ସାମନ୍ତରାୟ, ଅଞ୍ଜଳୀ ସେଠୀ ଓ ସୁଜାତା ବେହେରା ପ୍ରମୁଖ ଉପସ୍ଥିତ ରହି ସଠିକ୍ ପରିଚାଳନା କରିଥିଲେ ।