ଚତୁର୍ଥ ବାର୍ଷିକ କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଉଦ୍‌ଘାଟିତ : ବଲାଙ୍ଗିିର ଏଫ୍‌ସି ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ଓ ଜଗନ୍ନାଥ ସ୍ପୋଷ୍ଟିଂ ଖଲିଆପାଲି ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଆଜି ଚତୁର୍ଥ ବାର୍ଷିକ କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟନ ହୋଇଯାଇଛି । ସାଇଟ ସଦାଇପାଲି ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ପୂର୍ବତନ ଖେଳାଳି ପ୍ରଦୀପ ମହାରଣା ଓ କମିଟି ସଭାପତି ନାରାୟଣ ବିଶ୍ୱାଲ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବଲାଙ୍ଗିର ଏଫ୍‌ସି ଦଳ ୧-୦ ଗୋଲରେ ସରଧାପାଲିକୁ ହରାଇ ବିଜୟୀ ହୋଇଛି । ଖେଳକୁ ରେଫରି ଭାବରେ ନୀଳ ନାଏକ, ସୁଧାଂଶୁ ସେଠ, ସଞ୍ଜିବ ମହାରଣା ଓ ନିଶାରକାନ୍ତ ନାଗ ପରିଚାଳନା କରିଥିବା ବେଳେ ଶରତ କୁମାର ନନ୍ଦ ମ୍ୟାଚ୍‌ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ । ଗୋପାଲ ବିଶ୍ୱାଲ, ଅନୁପ ସାଏ, ପ୍ରଶାନ୍ତ ପଧାନ, ମିଥୁନ ଭୁକ୍ତା ପ୍ରମୁଖ ସହଯୋଗ କରିଥିଲେ । ୧୯ ତାରିଖ ମଙ୍ଗଲବାର ଦିନ ତେନ୍ତୁଳିଖୁଣ୍ଟି ବନାମ ହୀରାକୁଦ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି କମିଟି ସଂପାଦକ ଅଭିମନ୍ୟୁ ପାଣ୍ଡେ ଜଣାଇଛନ୍ତି ।

Leave A Reply

Your email address will not be published.