ଜାମଗାଁ କଲେଜରେ ନୁଆ-ଓ ଯୁବ ଓଡିଶା କାର୍ଟ୍ୟକ୍ରମ : ଷଷ୍ଠ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ଜାମଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୁଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର ଓ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସି.ଭୋଇ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ କହିଲେ ସମାଜରେ ସଂସ୍କୃତି ଏବଂ ଭାରତୀୟ ସାଂସ୍କୃତିକ ପରଂପରା ଦ୍ୱାରା ମାନବର ତଥା ଯୁବ ସମାଜର କଲ୍ୟାଣ ସାଧିତ ହେବା ସମ୍ଭବ ଅଟେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକୃତି, ବିକୃତି ଓ ସଂସ୍କୃତିର ଦୃଷ୍ଟାନ୍ତ ଦେଇ ସୁନ୍ଦର ଭାବରେ ଛାତ୍ରମାନଙ୍କୁ ବୁଝାଇଥିଲେ । ଇଂରାଜୀ ଅଧ୍ୟାପକ ହେମସାଗର ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ଏସ୍‌.କେ. ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ବକ୍ତୃତା, କାଟୁନ୍‌, ରଚନା, ଗୀତା ଆବୃତି ଓ ରଙ୍ଗୋଲି ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ନୋଡାଲ ଅଫିସର ଡି.ପଟେଲ ଓ ପୂର୍ବତନ ସଂପାଦକ ଏସ୍‌ପି ଭଞ୍ଜ ମଂଚାସିନ ଥିଲେ ।

Leave A Reply

Your email address will not be published.