ଧାନବାଦ : ଝାରଖଣ୍ଡ ଧାନବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ୪ବର୍ଷର ଶିଶୁ ଅଛନ୍ତି । ସମସ୍ତେ ଗୋଟିଏ ପରିବାରର । ପୋଲିସର କହିବ ଅନୁଯାୟୀ ଏକ ପ୍ରସାଧନ ସମାଗ୍ରୀ ଦୋକାନରେ ହଠାତ ନିଆ ଲାଗି ଯାଇଥିଲା । ନିଆଁକୁ ଦେଖି ଲୋକେ ଧାଁଧଉଡ ଆରମ୍ଭ କରି ଦେଇଥିଲେ । ନିଆଁକୁ ଦେଖି ହଜାର ହଜାର ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଗଲେ । ଦୋକାନ ଉପରେ ଥିବା ଘରେ ସେହି ସମୟରେ ୬ଜଣ ଲୋକ ଥିଲେ । ନିଆଁର ପ୍ରକୋପ ବଢିବା ପରେ ସେମାନେ ବାହାରକୁ ଆସି ପାରି ନ ଥିଲେ ।
ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉପସ୍ଥିତ ଲୋକେ ବହୁ ଚେଷ୍ଟା କରିଥିଲେ ହେଁ ୩ଜଣଙ୍କ ସଫଳତାର ସହ ଉଦ୍ଧାର କରି ବାହାରକୁ ଆଣିଥିଲେ । ହେଲେ ଅନ୍ୟ ୩ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।
ଏହି ପରିବାର ଉପରେ ରହୁଥିବା ବେଳେ ତଳେ ଥିଲା ଦୋକାନ ଘର । ଦମକଳ ବିଭାଗ ଇନ୍ସପେକ୍ଟରଙ୍କ ସୂଚନା ଅନୁସାରେ, ଦୋକାନ ମାଲିକ ସୁଭାଷ ଗୁପ୍ତାଙ୍କ ପରିବାରର ୬୫ ବର୍ଷ ମା’ ଉମା ଦେବୀଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଛି । ତାଙ୍କର ପତ୍ନୀ ସୁମନ ଗୁପ୍ତା ଏବଂ ୪ ବର୍ଷର ଝିଅ ମୌଲିକୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ହେଲେ ଚିକିତ୍ସାଧୀନ ସମୟରେ ୪ବର୍ଷର ଝିଅର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ସୁଭାଷଙ୍କର ଭଉଣୀ ପ୍ରିୟଙ୍କା (୩୦)ଙ୍କର ମଧ୍ୟ ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣା ସମୟରେ ସୁଭାଷ ଏବଂ ତାଙ୍କର ବାପା ବାହରକୁ ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।