ବିଚ୍ଛିନ୍ନାଞ୍ଚଳ ଟେକାଲିରେ ପୁରାତନ ରାଧାମାଧବ ପୀଠରେ ସପ୍ତାହ ବ୍ୟାପୀ ଭାଗବତ ପ୍ରବଚନ ଓ ସନ୍ଥ ସମ୍ମିଳନୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଚ୍ଛିନ୍ନାଞ୍ଚଳ ଶ୍ରୀକାକୁଲମ ଜିଲ୍ଲା ଟେକାଲିସ୍ଥିତ ବିଜେ କରିଥିବା ଶହ ଶହ ବର୍ଷର ପୁରାତନ ରାଧାମାଧବ ପୀଠରେ ମଠ ମହନ୍ତ ଗୋବିନ୍ଦ ଚରଣ ଦାସଙ୍କ ୧୦ମ ସ୍ମୃତି ମହୋତ୍ସବ ଅବସରରେ ସପ୍ତାହ ବ୍ୟାପୀ ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ ଓ ସନ୍ଥ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ନାମ ସଂକିର୍ତ୍ତନ, ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଶ୍ରୀ ରାଧାମାଧବ ମଠର ମଠାଧୀଶ ମହନ୍ତ ମଦନ ଗୋପାଳ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବ ସନ୍ଥ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ବିଶ୍ୱକଲ୍ୟାଣ ହରିନାମ ପ୍ରଚାରିଣୀ ସମିତି ସଭାପତି ମହନ୍ତ ରାମକୃଷ୍ଣ ଦାସ, ଜଟଣୀର ପଣ୍ଡିତ ସଦାନନ୍ଦ ଦାସ, ବ୍ରହ୍ମପୁର ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହନ୍ତ ହରିହର ଦାସ, ମହନ୍ତ ରାମାନନ୍ଦ ଦାସ, ପାରଳାଖେମୁଣ୍ଡି ମହନ୍ତ ରାମ କୁମାର ଦାସ, ମହନ୍ତ ଦାମୋଦର ଦାସ, ସ୍ୱାମୀ ନିରଞ୍ଜନ, ମହନ୍ତ ଲଳିତ ମୋହନ ଦାସଜୀ, ମହନ୍ତ ରାମ ଶରଣ ଦାସ, ମହନ୍ତ କାଶୀରାମ ଦାସ, ମହନ୍ତ ପ୍ରୟାଗ ଦାସଜୀ, ଭାଗବତ ପ୍ରବକ୍ତା ଜଗନ୍ନାଥ ପଣ୍ଡା, ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ତଥା ନବୀନର ସମ୍ପାଦକ ରବି ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀହରି ନାମ ସଂକୀର୍ତ୍ତନ ସହ ଭାଗବତ କଥା ଶ୍ରବଣରେ ମନୁଷ୍ୟ ଦୁଃଖକୁ ଦୂରେଇବାର ସାମର୍ଥ୍ୟ ପାଇବା ସହ ନିଃଶ୍ରେୟସ ପ୍ରାପ୍ତ କରିବାରେ ସଫଳକାମୀ ହେବ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଶତାଧିକ ସନ୍ଥ, ମହନ୍ତ, ସନ୍ୟାସୀ ବୃନ୍ଦ ଉପସ୍ଥିତ ରହି ସହସ୍ରାଧିକ ଭକ୍ତଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦେଇଥିଲେ ।

Leave A Reply

Your email address will not be published.