ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ ଆଉଟ୍‌ ଫୁଟ୍‌ବଲ୍‌ ଉଦ୍‌ଯାପିତ

  • ଅମାମୁଣ୍ଡାକୁ ହରାଇ ପୋଗ୍ରେସିଭ୍‌ କ୍ଲବ ଚମ୍ପିୟାନ
  • ଗାନ୍ଧୀ ଷ୍ଟାଡିୟମଠାରେ ଲାଗିବ ଫ୍ଲଡଲାଇଟ : ମୁଖ୍ୟ ଅତିଥିଙ୍କ ଘୋଷଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଫାଇନାଲ ଖେଳରେ ପୋଗ୍ରେସିଭ କ୍ଲବ ବଲାଙ୍ଗିର ଟ୍ରାଇବ୍ରେକର ୩-୧ ଗୋଲରେ ଅମାମୁଣ୍ଡାକୁ ହରାଇ ଚମ୍ପିୟାନ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ପାରିନଥିଲେ । ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସୀତ କୁମାର ତ୍ରିପାଠୀ ଯୋଗ ଦେଇ ବିଜେତା ଏବଂ ଉପ ବିଜେତା ଦଳଙ୍କୁ ଟ୍ରଫି ସହ ପୁରସ୍କୃତ କରିଥିଲେ । ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ଫ୍ଲଡଲାଇଟ ଆଗାମୀ ଦୁଇ ମାସ ମଧ୍ୟରେ ଲଗାଇବା ପାଇଁ ଆର୍ଥିକ ୩ କୋଟି ୩୦ ଲକ୍ଷ ଟଙ୍କା ମଂଜୁର କରିବା ପାଇଁ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ସିଇଓ ଡ. ଅଜିତ କୁମାର ମିଶ୍ର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଉପ-ସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥି, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆ·ର୍ଯ୍ୟ, ଶତୃଘନ ସିଂ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ମଂଚାସୀନ ଥିଲେ । ଶ୍ରେଷ୍ଠ ଗୋଲ କିପର ଭାବେ ଦାମ କବାଟ, ଉଦୟମାନ ଖେଳାଡି ଭାବେ ନୟନ କୁମାର ବାରିକ ଓ ଶ୍ରେଷ୍ଠ ଖେଳାଳି ଭାବେ ହେମନ୍ତ କୁମାର ଭୋଇଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଖେଳକୁ ରେଫରି ସୁଦୟ ବାରିକ, ଦେବାଶିଷ ବାଗ, ରାଜେନ୍ଦ୍ର ସେଠ, ନରସିଂସ୍ୱାମୀ ନାଇଡୁ ଓ ମ୍ୟାଚ କମିଶନର ସୁନିଲ ଚନ୍ଦ୍ର ବିଶ୍ୱାଲ ପରିଚାଳନା କରିଥିଲେ । ସେହିପରି କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ବିକ୍ରମାନନ୍ଦ ବହିଦାର, ରମାକାନ୍ତ ସେଠ, ଜୟରାମ ମିଶ୍ର, ଡା. ସିଦେ୍ଧଶ୍ୱର ମିଶ୍ର, ଶରତ କୁମାର ନନ୍ଦ, ରବିନ୍ଦ୍ର ମିଶ୍ର, ସୁଧିର ଚନ୍ଦ୍ର ପଣ୍ଡା, ନରେଶ ଅଗ୍ରୱାଲ, ସଂଗ୍ରାମ ବହିଦାର, ଭୁପେନ୍ଦ୍ର ପ୍ରସାଦ ସିଂ, ଏଥେଲେଟ ସଂପାଦକ ବିଭୁତି ଭୂଷଣ ପଣ୍ଡା, କୈଳାସ କର୍ତ୍ତି, କ୍ରୀକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ସାହୁ, ଚୟନ କମିଟି ସଦସ୍ୟ ଶ୍ରୀକାନ୍ତ ରାଉତ, ପୂର୍ବ ଖେଳାଳି ସଦାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ୮ ଟି ଜୋନର ୧୩ ଗୋଟି ଖେଳ ପଡିଆରେ ଆୟୋଜନ କରିଥିବା ସମସ୍ତ ଆୟୋଜକମାନଙ୍କୁ ଆୟୋଜନ କମିଟି ତରଫରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ଖେଳ ପରିଚାଳନା କରିଥିବା ସମସ୍ତ ୮୪ ଜଣ ରେଫରିମାନଙ୍କୁ କ୍ରୀଡା ସଂସଦ ତରଫରୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କତ୍ତତତ୍ୱାବଧାନ, ଫୁଟ୍‌ବଲ୍‌ ସଂପାଦକ ହେମନ୍ତ କୁମାର ବେହେରାଙ୍କ ସଂଯୋଜନାରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ପ୍ରତିଯୋଗିତାର ସଫଳ ରୂପାୟନରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.