ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ନିୟୋଜିତ ବ୍ୟାଙ୍କମିତ୍ର ଅବା ସିଏସ୍ପିଙ୍କୁ ସିଏସ୍ପି+ ମାନ୍ୟତା ଦିଆଯିବା, ଅଧିକା ପାରିଶ୍ରମିକ ଦିଆଯିବା ଆଦି ଦାବୀ ନେଇ ପଞ୍ଜିକୃତ ପ୍ରାୟ ୩୫୦ଜଣ ସିଏସ୍ପିଙ୍କ ମିଳିତ ରାଲି ଶୋଭାଯାତ୍ରା ବାହାରିଥିଲା । ଶନିବାର ଛତ୍ରପୁରଠାରେ ସିଏସ୍ପି ମହାସଙ୍ଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ୧୨ବର୍ଷ ଧରି ନିୟୋଜିତ ଗଞ୍ଜାମ ଜିଲ୍ଲାର ବ୍ୟାଙ୍କମିତ୍ରମାନଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନୀୟ । ନିୟୋଜିତ ବ୍ୟାଙ୍କମିତ୍ରମାନେ କେବଳ କମିଶନ ନେଇ ଗୁଜୁରାଣ ମେଣ୍ଟାଉଛନ୍ତି । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଦାବୀ ପୂରଣ ନ ହେଲେ ରାଜଧାନୀରେ ରାଜପଥ ଅବରୋଧ କରି ବିଧାନସଭା ଆଗରେ ବିକ୍ଷୋଭ କରିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।