ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନଙ୍କ ଆହ୍ୱାନ କ୍ରମେ ପୁଇଁନ୍ତଲା ବ୍ଲକ ଏୟୁପିଟିଏଫ୍, ଓଜେଟିଏ, ଡିପିଟିଏ, ଓପିଟିଏ, ଏଆଇ, ପିଆଇ ଆଦି ଶିକ୍ଷକ ସଂଗଠନର ଶିକ୍ଷକ ଶିକ୍ଷୟତ୍ରୀମାନେ ତିନି ଦଫା ଦାବୀ ନେଇ ଏହି ଧାରଣାରେ ସମ୍ମଳିତ ହୋଇଥିଲେ । ତିନି ଦଫା ଦାବୀ ସମୁହ ପ୍ରାଥମିକ ଶିକ୍ଷକଙ୍କୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାଳକୁ ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କେଡର କଳା ଓ କ୍ରିଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ରୂପେ ମାନ୍ୟତା ଦିଆଯାଉ । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବେଲ ୯ ଗ୍ରେଡ୍ ପେ ୪୨୦୦ ଅନୁସାରେ ଦରମା ପ୍ରଦାନ କରାଯାଉ । ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରାଯାଉ । ଏହି ତିନି ଦଫା ଦାବୀ ସମ୍ମଳିତ ପତ୍ର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦ୍ଦେଶ୍ୟରେ ବିଇଓ ପୁଇଁନ୍ତଲାଙ୍କୁ ପ୍ରଦାନ କରାଯାଇଥିଲା । ଏହି ଗଣଧାରଣାରେ ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ପୁଇଁନ୍ତଲା ବ୍ଲକ ଏୟୁପିଟିଏଫ୍ ସଭାପତି ଭବାନୀ ଶଙ୍କର ମିଶ୍ର, ବଲାଙ୍ଗିର ଜିଲ୍ଲା ଡିପିଟିଏ ସଭାପତି ସିତେଶ କୁମାର ପାଣିଗ୍ରାହୀ, ଓଜେଟିିଏ ବ୍ଲକ ସଭାପତି ମାନସ ପାଣିଗ୍ରାହୀ ପ୍ରମୁଖ ଉଦ୍ବୋଧନ ପ୍ରଦାନ କରିଥିଲେ ।