csstore

ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥ ଶଙ୍କର ମିଶ୍ରଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ମେମ୍ବର ସିଦ୍ଧାର୍ଥ ଶଙ୍କର ମିଶ୍ର ବିଜେପିରେ ଯୋଗଦାନ କରିଛନ୍ତି । ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସ୍ଥିତ ପ୍ରଦେଶ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ରଙ୍କ ଯୋଗଦାନ ଭାରତୀୟ ଜନତା ପାର୍ଟି ପଦ୍ମପୁର ସଂଗଠନ ପାଇଁ ଶକ୍ତି ଯୋଗାଇବ ବୋଲି ଆଶା କରାଯାଉଛି । ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ସ୍ୱର୍ଗତ ଅନିରୁଦ୍ଧ ମିଶ୍ରଙ୍କ ନାତି ତଥା ଦୀର୍ଘ ୩୦ ବର୍ଷର ରାଜନୈତିକ ଅଭିଜ୍ଞତା ଥିବା ଶ୍ରୀ ମିଶ୍ରଙ୍କ ଯୋଗଦାନକୁ ତାଙ୍କର ସମର୍ଥକ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ ଜଣାଇଛନ୍ତି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଆଦିବାସୀ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଗୋବର୍ଦ୍ଧନ ଭୁଏ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଦାର, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଶ୍ରୀକାନ୍ତ ପାଣିଗ୍ରାହୀ, ଲମ୍ବୋଦର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଜିଲ୍ଲା ଉପସଭାପତି ସରୋଜ ସାମଲ, ମଣ୍ଡଳ ସଭାପତି ନିରାକାର ବରିହା, ସମିତି ସଭ୍ୟ ଆର୍ତ୍ତତ୍ରାଣ ସେଠ, ସତ୍ୟନାରାୟଣ ବେହେରା, ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.