ପାଟଣାଗଡ ବିଧାୟକ ସରୋଜଙ୍କୁ ମିଳିଲା ଆଉ ଏକ ନୂଆ ଦାୟିତ୍ଵ : ଜିଲ୍ଲା ସାରା ଖୁସିର ମାହୋଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାବ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଆଜି ପୁଣି ଏକ ନୂଆ ଦାୟିତ୍ଵ ମିଳିଛି । ରାଜ୍ୟ ଯୋଜନା ବିଭାଗର ଚିଠି ସଂଖ୍ୟା,୧୫୮୫୬ ଅନୁଯାୟୀ ବିଧାୟକ ଶ୍ରୀ ମେହେରଙ୍କୁ ବଲାଙ୍ଗିର ଜିଲା ଯୋଜନା କମିଟିର ଅଧ୍ୟକ୍ଷ ପଦ ପାଇଁ ମନୋନୀତ କରାଯାଇଛି । ଏଥିପାଇଁ ବିଧାୟକ ଶ୍ରୀ ମେହେର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ବିଧାୟକ ହେମରେଙ୍କୁ ନୂଆ ଦାୟିତ୍ଵ ମିଳିଥିବାରୁ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ସହ ବଲାଙ୍ଗିର ଜିଲ୍ଲା ସାରା ଖୁସିର ମାହୋଲ ଦେଖିବାକୁ ମିଳିଛି । ଅନ୍ୟପଟେ ଜିଲ୍ଲାବାସୀ ବିଧାୟକ ଶ୍ରୀ ମେହେରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.