ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକଙ୍କର ନିର୍ଦ୍ଦେଶ କ୍ରମେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଦ୍ମପୁର ଅବକାରୀ ଇନ୍ସପେକ୍ଟର ରଶ୍ମିତା ଲାକ୍ରାଙ୍କ ତତ୍ୱାବଧାନରେ ପାଇକମାଲ ଭାରପ୍ରାପ୍ତ ଅବକାରୀ ଅଧିକାରୀ ସିଦ୍ଧାନ୍ତ ପାତ୍ର, ଏକ ଟିମ୍ ଗଠନ କରି ଖଣିଝରଣ ଅଞ୍ଚଳରେ ଚଢ଼ାଉ କରି ୫୧ଟି କଫ ସିରଫ ଏବଂ ୧୦ ଲିଟର ଅପମିଶ୍ରିତ ତରଳ କଫ ସିରଫ ସହ ଗୋଟିଏ ପଲସର ବାଇକ ଓଡି୧୭ୟୁ୩୯୭୮ ଜବତ କରିଛି । ତେବେ ଅଭିଯୁକ୍ତ ପାଇକମାଲର ଦିନେଶ ରାଓ ପଳାୟନ କରିବାରେ ସଫଳ ହୋଇଥିବା ଜଣାପଡିଛି । ପାଇକମାଲ ଅବକାରୀ ଥାନା କେଶ ନଂ ୧୪୩/୨୩-୨୪ ତା- ୨୪/୦୮/୨୩ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ପାଇକମାଲ ଭାରପ୍ରାପ୍ତ ଅବକାରୀ ଅଧିକାରୀ ଓ ତାଙ୍କ କର୍ମଚାରୀ, ପଦ୍ମପୁର ଭାରପ୍ରାପ୍ତ ଅବକାରୀ ଅଧିକାରୀ ଏଚ. ଜଗା ରାଓ ଓ ତାଙ୍କ କର୍ମଚାରୀ ଏବଂ ମୋବାଇଲ ଏସ୍. ଆଇ ଲଷ୍ମୀଧର ମାଝୀ ଏବଂ ତାଙ୍କ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।