- ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ବ୍ୟାଡମିଣ୍ଟନ ଭିତ୍ତିଭୂମି ବିକାଶ କରାଯିବ : ଜିଲ୍ଲାପାଳ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ୟାଡମିଣ୍ଟନ ଖେଳ ଓ ଖେଳାଳିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଆମର ବ୍ୟାଡମିଣ୍ଟନ ଭିତ୍ତିଭୂମି ମଧ୍ୟ ସାରା ରାଜ୍ୟରେ ପ୍ରଶଂସିତ । ବ୍ୟାଡମିଣ୍ଟନ ଖେଳକୁ ନେଇ ଅଭିଭାବକ, ଖେଳାଳି ଓ ପ୍ରଯୋଜକଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଛି । ପ୍ରଶାସନ ତରଫରୁ ମଧ୍ୟ ବ୍ୟାଡମିଣ୍ଟନ ଖେଳ ଓ ଖେଳାଳିଙ୍କ ସୁବିଧା ପାଇଁ ଷ୍ଟାଡିମର ଆହୁରି ବିକାଶ କରାଯିବ ବୋଲି ଆଜି ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିମୟଠାରେ ବଲାଙ୍ଗିର ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ନିଜ ବକ୍ତବ୍ୟରେ କହିଛନ୍ତି । ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ତଥା ବ୍ୟାଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନୀ ସଭାରେ ଶ୍ରୀ ରାଣା ଆହୁରି ମଧ୍ୟ କହିଥିଲେ ଯେ, ଆଗାମୀ ଦିନରେ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଅଛି ତାହା ସଫଳତା ସହ ସଠିକ୍ ପରିଚାଳନା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ନିର୍ଦ୍ଦେଶରେ ସାରା ରାଜ୍ୟରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘମାନଙ୍କ ଦ୍ୱାରା ଜିଲ୍ଲା ଚମ୍ପିୟାନସିପ୍ ଅଗଷ୍ଟ ମାସ ମଧ୍ୟରେ ସମାପନ କରିବା ପାଇଁ ସ୍ଥିରୀକୃତ ହୋଇଛି । ସେହି ପରିପ୍ରେକ୍ଷୀରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ବଲାଙ୍ଗିର ଦ୍ୱାରା ବଲାଙ୍ଗିର ଜିଲ୍ଲାର ସମସ୍ତ ବୟସ ବର୍ଗ ଯଥା ୯, ୧୧, ୧୩, ୧୫, ୧୭, ୧୯ ବୟସ ବର୍ଗରେ ଉଭୟ ବାଳକ, ବାଳିକା ତା’ସହ ବରିଷ୍ଠ ବର୍ଗରେ ମହିଳା ଓ ପୁରୁଷ ଏବଂ ଭେଟେରାନର ବିଭିନ୍ନ ବୟସ ବର୍ଗରେ ଜିଲ୍ଲା ଚମ୍ପିୟାନସିପ୍ ଅନୁଷ୍ଠିତ ହେଉଛି । ଏହି ଜିଲ୍ଲା ଚମ୍ପିୟାନସିପ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଚଞ୍ଚଳ ରାଣା ନାଳିଫିତା କାଟି ଖେଳ ଉଦ୍ଘାଟନ କରିଥିଲେ । ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସମସ୍ତ ବୟସ ବର୍ଗରୁ ୩୧୨ରୁ ଉଦ୍ଧ୍ୱର୍ ପ୍ରତିଯୋଗି ଭାଗ ନେଇଛନ୍ତି । ପ୍ରତିଯୋଗିତାର ସମସ୍ତ ଖେଳ ରାଜ୍ୟ ବ୍ୟାଡ ମିଣ୍ଟନ ସଂଘ ଦ୍ୱାରା ସ୍ୱିକୃତିପ୍ରାପ୍ତ ଚିଫ୍ ରେଫରି ହେମନ୍ତ ପ୍ରଧାନ, ଟେକ୍ନିଆଲ ଅଫିସିଆଲ ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଦର୍ଜି, ଚନ୍ଦ୍ରଶେଖର ମିଶ୍ର, ରାଜ କିଶୋର ଶତପଥି, ବୈଷ୍ଣବ କବାଟ, ସୁନିଲ ବେହେରା ପ୍ରମୁଖ ଦାୟିତ୍ୱରେ ଅଛନ୍ତି । ମ୍ୟାଚ ସଂଯୋଜକ ଭାବରେ ସୁରେନ୍ଦ୍ର ନେପାଳ, କବିରାଜ ଠାକୁର, ବିରେନ ଲାଲ, ମ୍ୟାଚ କଣ୍ଟ୍ରୋଲର ଭାବରେ ଆକ୍ରମ ଖାନ, ସଟଲ କ ଣ୍ଟ୍ରୋଲର ଭାବରେ ଚନ୍ଦନ ମିଶ୍ର ଦାୟିତ୍ୱ ନିର୍ବାହ କରୁଛନ୍ତି । ଉଦ୍ଘାଟନି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ବିରେନ ମିଶ୍ର, ଉପ-ସଭାପତି ଘନଶ୍ୟାମ ମିଶ୍ର, ପାଟଣାଗଡ ଉନ୍ନୟନ ସଦସ୍ୟ ସୁଶାନ୍ତ ମହାନ୍ତି, ହେମନ୍ତ ପ୍ରଧାନ, ଶୁଶାନ୍ତ ଚୋପଦାର, ମ୍ୟାଚ ପରି·ଳନା କମିଟି ସଦସ୍ୟ ଅନନ୍ତ ବେହେରା, ମାନସ ମହାନ୍ତି ମଂଚାସିନ ଥିବା ବେଳେ ମ୍ୟାଚ ପରି·ଳନାରେ କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଜିଲ୍ଲା ଉନ୍ନୟନ କମିଟି ସଂଯୋଜକ ଆଦିତ୍ୟ କେଜ୍ରିୱାଲ, ସୁଧିର ପଣ୍ଡା, ବାସୁଦେବ ବେହେରା, ବାବୁଲୁ ଦର୍ଜି, ସଂଜିବ ସାହାଣୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।