ନୃସିଂହନାଥ ପୀଠରେ ସାମ୍ବାଦିକ ଭବନ ପାଇଁ ଭୂମିପୂଜନ କଲେ ବିଧାୟିକା ବର୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବିନ୍ଧ୍ୟବାସିନୀ ଯାତ୍ରୀନିବାସ ସଭାଗୃହଠାରେ ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ଏକ ବୈଠକ ସହ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ପାଇକମାଲ ବିଡ଼ିଓ ତଥା ମନ୍ଦିର ଟ୍ରଷ୍ଟି ସୁରେନ୍ଦ୍ର ନାଥ ସାହୁ, ଟାଟା ପାୱାର ଏସ୍‌ଡ଼ିଓ ମନୋରଞ୍ଜନ ନାୟକ, ପୂର୍ବତନ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ରାଉତ, ଗୌତମ ସିଂ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଂଜୀବ ବରିହା, ବରିଷ୍ଠ ସାମ୍ବାଦିକ ଲାଲବିହାରୀ ମିଶ୍ର ପ୍ରମୁଖଙ୍କୁ ସମ୍ବାଦିକ ବନ୍ଧୁ ମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାମ୍ବାଦିକ ବିନାୟକ ଗୁରୁ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସଭାପତି ବଡ ଶତପଥୀ ସଭାରେ ସଭାପତିତ୍ୱ କରିଥିଲେ । ବିଧାୟିକା ତାଙ୍କ ଭାଷଣରେ ସାମ୍ବାଦିକ ଓ ନେତାମାନେ ଯେତେ କାମ କଲେ ମଧ୍ୟ ଲୋକେ ଖରାପ ଭାବିଥାନ୍ତି, ହେଲେ ସାମ୍ବାଦିକମାନେ କୋଣ ଅନୁକୋଣରୁ ସତ୍ୟ ଘଟଣା ପ୍ରକାଶ କରନ୍ତି, ତାହା ଲୋକଙ୍କୁ ଦେଖାଯାଇ ନଥାଏ ବୋଲି କହିଥିଲେ । ପଦ୍ମପୁର ଅଂଚଳରେ କାର୍ଯ୍ୟରତ ସମ୍ବାଦିକମାନଙ୍କ କାମକୁ ପ୍ରଶଂସା କରିଥିଲେ । ସାମ୍ବାଦିକ ଭବନ ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଯାହା ଅର୍ଥ ଆବଶ୍ୟକ ତାହା ପୂରଣ କରିବି ବୋଲି ବିଧାୟିକା ପ୍ରତିଶୃତି ଦେଇଥିଲେ । ଏହା ପରେ ଭବନ ନିର୍ମାଣ ପାଇଁ ପ୍ରସ୍ତାବିତ ସ୍ଥାନରେ ପ୍ରଥମେ ବିଧାୟିକାଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଏହାପରେ ବିଧିବଦ୍ଧ ଭାବରେ ପଣ୍ଡିତ ପ୍ରେମାନନ୍ଦ ଦେବତାଙ୍କର ଦ୍ୱାରା ମହାପ୍ରଭୁ ନୃସିଂହନାଥଙ୍କର ପୂଜାପାଠ କରାଯାଇ ବିଧାୟିକା ବର୍ଷା ସିଂ ବରିହାଙ୍କ ଦ୍ୱାରା ଭବନ ନିର୍ମାଣ ପାଇଁ ଭୂମିପୂଜନ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସମ୍ପାଦକ ରମେଶ ବାରିକ, କୋଷାଧ୍ୟକ୍ଷ ସୁରଥ କୁମାର ସାହୁ, ପ୍ରଦିପ୍ତ ଦାସ, ସଂଜୀବ ପୁରୋହିତ, ଦେବେନ୍ଦ୍ର ସାହୁ ପ୍ରମୁଖଙ୍କ ସହ ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.