ପ୍ରଗତି ଉତ୍କଳ ସଂଘରେ ଐତିହାସିକ ପୁସ୍ତକ ‘ମାପିଙ୍ଗ ଦି ପାଷ୍ଟ’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ଅଭିଲେଖାଗାରର ପୂର୍ବତନ ଉପନିର୍ଦ୍ଦେଶକ ତଥା ଓଡ଼ିଶା ହାଇକୋର୍ଟର ନ୍ୟାୟିକ ଅଭିଲେଖାଗାରର ନିର୍ଦ୍ଦେଶକ ଡଃ. ଲଲାଟେନ୍ଦୁ ଦାସମହାପାତ୍ରଙ୍କ ଲିଖିତ ପୁସ୍ତକ ମାପିଙ୍ଗ ଦି ପାଷ୍ଟ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଲୋକାର୍ପିତ ହୋଇଯାଇଛି । ସଂଘର ଉପସଭାପତି ରଶ୍ମି ରଂଜନ ବୋଇତାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିବା ବେଳେ ମୁଖ୍ୟ ଆଲୋଚକ ଭାବେ ପ୍ରାଧ୍ୟାପକ ଡଃ. ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇ ପୁସ୍ତକର ସମୀକ୍ଷା କରିଥିଲେ । ଲେଖକ ଡଃ. ଦାସମହାପାତ୍ର ବୈଜ୍ଞାନିକ ପଦ୍ଧତିରେ ଓଡ଼ିଶାର ଐତିହାସିକ ଉପାଦାନ ଗୁଡିକ ଉପଯୋଗ କରି ଏକ ଅତ୍ୟନ୍ତ ଉପାଦେୟ ପୁସ୍ତକ ରଚନା କରିଥିବାରୁ ବକ୍ତାମାନେ ତାଙ୍କର ଭୂୟସୀ ପ୍ରଶଂସା କରିବା ସହ ଏହି ପୁସ୍ତକଟି ଓଡ଼ିଶା ଇତିହାସରେ ଗବେଷଣାରତ ପ୍ରତ୍ୟେକ ଗବେଷକମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ଆଶା ପୋଷଣ କରିଥିଲେ । ଏକ ପ୍ରାମାଣିକ ଗ୍ରନ୍ଥ ଭାବେ ଏହା ଉଭୟ ସାଧାରଣ ପାଠକ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ଦ୍ଵାରା ଆଦୃତି ଲାଭ କରିବ ବୋଲି ମତପୋଷଣ କରିଥିଲେ । ଅଧ୍ୟାପକ ଡଃ. ନଗେନ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମଣ ନାଥ ଦାସ, ଅରବିନ୍ଦ ପାତ୍ର, ଘନଶ୍ୟାମ ଧଳ, ଇନ୍ଦ୍ରମଣି ମହାପାତ୍ର, ପରୀକ୍ଷିତ ଗୁରୁ, ଅଶୋକ କୁମାର ପଟ୍ଟନାୟକ, ସୁଭ୍ରାଂଶୁ ମହାପାତ୍ର, ବରୁଣ ନାହାକ, କିଶୋରୀ ମୋହନ କର, ସତ୍ୟ ଦାସ ପ୍ରମୁଖ ସହାୟତା କରିଥିବା ବେଳେ ଭୁପେନ ମହାପାତ୍ର, ଡଃ ସୁମନ ଦତ୍ତ, ଇଂ ବିମଳ ବିଶି, ଗଙ୍ଗାଧର ପୁହାଣ, ଅର୍ଜୁନ ଭୂୟାଁ, ଅକ୍ଷୟ କୁମାର ସାମଲ, ପ୍ରଦୀପ କୁମାର ପଟ୍ଟନାୟକ, ବ୍ରଜେନ୍ଦ୍ର ଦାଶ, ସସ୍ମିତା ପ୍ରଧାନ, କୃପାସିନ୍ଧୁ ନାୟକ, ରଶ୍ମି ସାହୁ, କୁଞ୍ଜବିହାରୀ ରାଉତ, ସୁନୀଲ କୁମାର ଦାଶ, ଅଜୟ କୁମାର ମହାନ୍ତି, ଅବନୀ କୁମାର ମହାନ୍ତି, କେଦାର ପ୍ରଧାନ, ସ୍ବରୂପ ମହାପାତ୍ର, ନେହା ଶର୍ମା, ପୁଷ୍ପିତା ମହାନ୍ତି, କଳା ପଟ୍ଟନାୟକ, ଜ୍ୟୋତି ପ୍ରକାଶ ପାଢ଼ୀ, ପ୍ରିତମ ମହାନ୍ତି, ଅଜିତ କୁମାର ଗୌଡ଼, ସମୀର କଂସାରୀ, ପ୍ରଭାତ କୁମାର ବଳ, ସଂଜୟ କୁମାର ମହାପାତ୍ର, କ୍ଷୀରୋଦ କୁମାର ବରାଳ, ସନ୍ତୋଷ କୁମାର ଜେନା, ସୁନୀଲ କୁମାର ମହାନ୍ତି, ସୁଶାନ୍ତ ଉପାଧ୍ୟାୟ, ବେଦ ପ୍ରକାଶ ତିଓ୍ବାରୀ ଏବଂ ପୂର୍ଣ୍ଣେନ୍ଦୁ ପାଢ଼ୀ ପ୍ରମୁଖ ସାହିତ୍ୟ ପ୍ରେମୀମାନେ ଯୋଗଦେଇ ଥିଲେ ।

Leave A Reply

Your email address will not be published.